ଚାଷୀ ପଞ୍ଜିକରଣ ଓ ନବିକରଣରେ ତ୍ରୁଟି ସଂଶୋଧନ ପାଇଁ ୫ ଦଫା ଦାବୀ
ସାକ୍ଷୀଗୋପାଳ ନିଉଜ :- ଭେଡେନ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ ---- ବରଗଡ ଜିଲ୍ଲା ସମବାୟ ସମିତି ଲି ର ସମ୍ପାଦକ ମାନେ ଗତ ୦୩.୦୩.୨୧ ଦିନ ବରଗଡ଼ ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କ ନିକଟରେ ରବି ଧାନ ର ନୂତନ ପଞ୍ଜିକରଣ ର ତ୍ରୁଟି ସଂଶୋଧନ ପାଇଁ ୫ ଦଫା ଦାବୀ ନେଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି। ଆଜି ୦୬.୦୩.୨୧ ଦିନ ବରଗଡ଼ ଜିଲ୍ଲା ର ରବିଧାନ କିଣାବିକା ଚାଷୀ ରେଜିଷ୍ଟ୍ରେସନ୍ ପ୍ରଶିକ୍ଷଣ ଶିବିର ଭିଡିଓ କନଫରେନ୍ସ ଜରିଆରେ ପ୍ରତ୍ୟେକ ବ୍ଲକ ରେ ଆୟୋଜନ କରାଯାଇଥିଲା । ସେହି ଭିଡିଓ କନଫରେନ୍ସ ଚାଲିଥିବା ବେଳେ ଚାଷୀ ପଞ୍ଜିକରଣ ଓ ନବିକରଣ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମାର୍ଗଦର୍ଶିକା ରେ ଥିବା ତ୍ରୁଟି ପୂର୍ଣ୍ଣ ନୀତି କୁ ସମବାୟ ସମିତି ର ସମ୍ପାଦକ ମାନେ ବିରୋଧ କରିଥିଲେ । ତ୍ରୁଟି ବିଷୟରେ ସମ୍ପାଦକ ପ୍ରଶ୍ନ ପଚାରିବାରୁ ଉତ୍ତର ଦେଇନପାରି ଉପରିସ୍ଥ ଅଧିକାରୀମାନେ । ତାଲିମ ବନ୍ଦ କରି ଚାଲିଯାଇଥିଲେ। ଏଥିରେ ବରଗଡ ଜିଲ୍ଲା ସମବାୟ ସମ୍ପାଦକ ମାନେ ଅସନ୍ତୋଷ ପ୍ରକାଶ କରିବାସହ କ୍ଷୋଭପ୍ରକାଶ କରିଛନ୍ତି । ଯେତେ ଦିନ ପର୍ଯ୍ୟନ୍ତ ସରକାର ୫ ଦଫା ଦାବୀ ତ୍ରୁଟି ସଂଶୋଧନ ନ କରିଛନ୍ତି, ସେତେ ଦିନ ପର୍ଯ୍ୟନ୍ତ ନୂତନ ରବି ଧାନ ର କିଣାବିକା ପଞ୍ଜିକରଣ କରିବୁ ନାହିଁ ବୋଲି ସମବାୟ ସମିତିର ସମ୍ପାଦକ ମାନେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରିଥିବାର ଜଣାପଡ଼ିଛି ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ ,୭/୩/୨୦୨୧-----୧,୦୫