ସୁଜନପୁର ପଞ୍ଚାୟତର କଲ୍ୟାଣ ମଣ୍ଡପ ସରପଞ୍ଚଙ୍କ ଦ୍ୱାରା ଉଦଘାଟିତ
ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକ ସୁଜନପୁର ଗ୍ରାମ ପଞ୍ଚାୟତର କଲ୍ୟାଣମଣ୍ଡପ ପଞ୍ଚାୟତରାଜ ଦିବସରେ ସ୍ଥାନୀୟ ସରପଞ୍ଚ ପ୍ରିୟମ୍ବଦା ରାଉତରାୟଙ୍କ ସହିତ ବ୍ଳକ ପ୍ରଶାସନ ଅଧିକାରୀ ଓ ଜେଇଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଯାଇଛି । ୨୦୧୯ରୁ ଆରମ୍ଭ ହୋଇଥିବା ଏହି କଲ୍ୟାଣ ମଣ୍ଡପ ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଯାହା ଫଳରେକି ସୁଜନପୁର ଗ୍ରାମ ପଞ୍ଚାୟତର ସହିତ ଆଖ ପାଖ ଅନ୍ୟ ଗ୍ରାମ ପଞ୍ଚାୟତର ଲୋକମାନେ ଅଳ୍ପ ଅର୍ଥରେ ଏହି କଲ୍ୟାଣ ମଣ୍ଡପ ବ୍ୟବହାର କରି ପାରିବେ । ବିଶେଷ କରି ବର୍ଷା ଦିନରେ ହଇରାଣ ହେଉଥିବା ଲୋକମାନେ ଏଠାରେ ବାହାଘର, ବ୍ରତଘର, ଶୁଦ୍ଧକିୟା ଆଦି ସଭା ସମିତି ମଧ୍ୟ କରି ପାରିବେ ବୋଲି ସୁଜନପୁର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ସଂଜୟ କୁମାର ରାଉତରାୟ କହିଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୭/୩/୨୦୨୧----୪,୨୦