ଲକ୍ଷାଧିକ ଟଙ୍କାର ଚୋରୀ ପରେ ବି ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ଦାବି
ଡେଲାଙ୍ଗ ----- ଡେଲାଙ୍ଗ ଥାନା ଅନ୍ତର୍ଗତ ଘୋରଡିଆ ( ବାରବାଟି ) ସାହିର ସ୍ନେହଲତା ସୁନ୍ଦରାୟଙ୍କ ଘରୁ ଗତ ୨୭ ତାରିଖ ବିଳମ୍ବିତ ରାତିରେ କେହି ଦୃବୁର୍ତ୍ତ ଘର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା, ରୂପା ସହିତ ନଗଦ ୨୦ ହଜାର ଟଙ୍କା ଓ ବାସନ କୁସନ, ଲୁଗାପଟା ଚୋରୀ ହୋଇଥିବା ନେଇ ଡେଲାଙ୍ଗ ଥାନାରେ ସେ ଅଭିଯୋଗ କରିଥିଲେ । ମାତ୍ର ଘଟଣା ଘଟିବାର ୮ ଦିନ ପରେ ବି ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବା ବା କେସରୁଜ ନ କରିନଥିବା ସେ କହିଛନ୍ତି । ଏହାକୁ ନେଇ ସେ ପୁରୀ ଏସପିଙ୍କୁ ଭେଟିବେ ବୋଲି କହିଛନ୍ତି । ଅନ୍ୟ ପକ୍ଷେ ଥାନାରେ ହାତଗୁଞ୍ଜା ନ ଦେବାରୁ ତାଙ୍କ କେସ ବିଚାର ବା କେସରୁଜ କରାଯାଉନାହିଁ ବୋଲି କହନ୍ତି । ସୁଚନାଯୋଗ୍ୟ ଯେ ସ୍ନେହଲତା ସେ ଦିନ ତାଙ୍କ ବାପା ଘର ସଡାଙ୍ଗୋଇର ଗୋରଡାପିଡିକୁ ଯାଇଥିଲେ । ରାତି ୧୨ଟା ସମୟରେ ଶିବ ପରିଡା ଫୋନ କରି ପଚାରିଥିଲେ ଯେତମେ କେଉଁଠି ଅଛ । ମୁଁ ତାଙ୍କୁ କହିଥିଲି ମୁଁ ବାପା ଘରକୁ ଆସିଛି ବୋଲି । ସେହିଦିନ ରାତିରେ ମେ ଘରୁ ଚୋରି ହୋଇଛି ।ଏହାକୁ ସଠିକ ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରିବା ପାଇଁ ସ୍ନେହଲତା ଦାବି କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୬/୩/୨୦୨୧----୫,୧୨