Breaking News

ପାଇକସାହିରେ ଅଷ୍ଟପ୍ରହରୀ ଓ ନାମଯଜ୍ଞ


 ସାକ୍ଷୀଗୋପାଳ ----   ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ପାଇକସାହିରେ ଅଷ୍ଟପ୍ରହରୀ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମରେ ଆମିଷ ନିଷେଧ କରାଯିବା ସହ ସମସ୍ତ ପରିବାରଙ୍କ ଘର ଆଗରେ ପୂର୍ଣ୍ଣକୁମ୍ଭ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଗ୍ରାମର ବୟୋଜେଷ୍ଟ୍ୟ  ମାନେ ହବିଷାନ୍ନରେ ରହିଥିଲେ ।  ନାମସଂକୀର୍ତ୍ତନ କରାଯିବା ସହ ଗ୍ରାମର ଉନ୍ନତି ହେବା ସହ ରାଜ୍ୟରୁ କରୋନା ମୁକ୍ତ ହେବା ପାଇଁ ଯଜ୍ଞର ଆୟୋଜନ କରାଯାଇଥିଲା । ଯଜ୍ଞର ପୂର୍ଣ୍ଣାହୂତି ସମୟରେ ମହିଳା ପୁରଷ ଘିଅ, ନଡିଆ, ଖଇ, କଦଳୀ ଆଦି ଯଜ୍ଞ କୁଣ୍ଡରେ ପକାଇଥିଲେ । ଶାନ୍ତି ପାଣି ଗ୍ରାମର ସମସ୍ତଙ୍କ ଦୁଆରରେ ଚିଞ୍ଚା ଯାଇଥିଲା । ଗ୍ରାମ ପରିଚାଳନା କମିଟିର ସଭାପତି ମହନ୍ତ ବିଶ୍ୱାଳ, ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁଙ୍କ ତତ୍ୱବଧାନରେ ନାମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ । ପୂଜକ ସନ୍ତୋଷ କୁମାର ପଣ୍ଡା ଯଜ୍ଞକରିଥିଲେ । ପୂର୍ଣ୍ଣାହୂତି ପରେ ସମୁହ ପ୍ରସାଦ ସେବନ କରିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୩/୨୦୨୧-----୫,୧୦

Blog Archive

Popular Posts