ରାଜଧାନୀରେ ଯୁବକଙ୍କୁ ନିର୍ମମ ହତ୍ୟା
ଭୁବନେଶ୍ୱର--- ପୁଣି ଅସୁରୀକ୍ଷିତ ହୋଇପଡିଛି ରାଜଧାନୀ ଭୁବନେଶ୍ବର ।ଦିନ ଦ୍ବୀପହରରେ ବି ହତ୍ୟା କରିବାକୁ ପଛାଉନାହାନ୍ତି ହତ୍ୟାକାରୀ ।ଶନିବାର ଦିନ ଦ୍ଵି ପହରରେ ରାଜଧାନୀ ରାଜରାସ୍ତାରେ ଜଣେ ଯୁବକ ଙ୍କୁ ହାଣି ଦେଲେ ଦୁର୍ବୁତ୍ତ । ନୟପାଲି ଭି ଆଇ ପି ଏରିଆ ରେ ଦିନ ଦ୍ଵି ପହରରେ ଜଣେ ପିକ ଅପ ଭ୍ୟାନ ଡ୍ରାଇଭର ଙ୍କୁ ଗାଡି ଭିତରେ ହାଣିଲେ ଦୁର୍ବୁତ୍ତ । ଫଳରେ ଆକ୍ରମଣ ରେ ଜଟିଆ ଦାସ ନାମକ ଯୁବକ ଙ୍କ ମୃତ୍ୟୁ ହୋଇଛି ।ଘଟଣା ପରେ ପୋଲିସ ସାଗର ଓ ସୁଧୀର ନାମକ ଦୁଇ ଭାଇଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ ହତ୍ୟାକାରୀ ଦୁଇ ଜଣ ସାଗର , ସୁଧୀର ଓ ମୃତ ପିକ ଅପ ଭ୍ୟାନ ଡ୍ରାଇଭର ଜଟିଆ ଗାଡ଼ିରେ ଥିଲେ । କୌଣସି କଥାକୁ ନେଇ ଯୁକ୍ତି ତର୍କ ହେବାରୁ ଅଭିଯୁକ୍ତ ମାନେ ଜଟିଆର ବେକ କୁ ଭୁଜାଲି ଓ ଫାର୍ସା ରେ ହାଣି ପକାଇଲେ । ଜଟିଆଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ସହ ଦୁଇ ଆକ୍ରମଣ କାରି ଯୁବକ ଙ୍କୁ କାବୁ କରି ପୋଲିସ ଙ୍କୁ ହସ୍ତାନ୍ତର କରିଥିଲେ । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ହତ୍ୟାକାରୀ ଙ୍କୁ ସ୍ଥାନୀୟ ଲୋକେ କାବୁ କରି ନିର୍ଧୁମ ଛେଚିଥିଲେ । ଅନ୍ୟପଟେ ଡିସିପି କହିଛନ୍ତି ହତ୍ୟାକାରୀ ଙ୍କୁ ମାରିଥିବା ସାଧାରଣ ଲୋକଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୃତକ ଓ ହତ୍ୟାକାରୀ ଉଭୟ ଭୁବନେଶ୍ୱର ର ସାଲିଆ ସାହିର ବୋଲି ଜଣାପଡିଛି।
ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି