ବିଜୁ ଜୟନ୍ତିରେ ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର;୫୬ୟୁନିଟ ରକ୍ତ ସଂଗ୍ରହ
ପିପିଲି-ପିପିଲି ବ୍ଲକର ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଜୟନ୍ତି ପାଳିତ ହୋଇଯାଇଛି । ପୁର୍ତ ବିଭାଗ ଡାକବଙ୍ଗଳା ନିକଟସ୍ଥ ବିଜୁ ବାବୁଙ୍କ ପ୍ରତିମୃର୍ତ୍ତିରେ ପ୍ରଥେମେ ଯୋଗଦେଇଥିବା ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଏକ ରକ୍ତଦାନ ଶିବିର ପୁର୍ତ୍ତ ବିଭାଗର ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଥିଲା । ଓଡିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ୫୬ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।ଏହି ଶିବିରକୁ ମୁଖ୍ୟ ଅତିଥିଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ,ସମ୍ମାନିତ ଅତିଥିଭାବେ ଜଗସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ୍ କରିଥିଲେ । ସେହିପରି ଅତିଥିଭାବେ ଓଡିଶା ମୋ ପରିବାର ସଂଯୋଜକ ସୁବାଶିଷ ଖୁଣ୍ଟିଆ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଶା ମୋ ପରିବାର ମାଧ୍ୟମରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରାଜ୍ୟରେ କୋଣ ଅନୁକୋଣରେ ସମସ୍ତଙ୍କ କାର୍ଯ୍ୟରେ ଆସୁଥିବା ବେଳେ ତାଙ୍କ ନିଷ୍ପତିକୁ ସେ ସ୍ୱାଗତ ଜଣାଇଛନ୍ତି । ଓଡିଶା ଭଳି ରାଜ୍ୟରେ କେହି ରକ୍ତ ଅଭାବରେ ମୃତ୍ୟୁ ବରଣ ନକରିବେ ସେଥିପାଇଁ ସେ ସଦାସର୍ବଦା ବିଜୁ ଜନତା ଦଳର କର୍ମକର୍ତ୍ତା ମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇ ଆସୁଥିବା ସେ କହିଥିଲେ । ଓଡିଶା ବ୍ଲଡ ବ୍ୟାଙ୍କ ପୁରୀ ଦ୍ୱାରା ଏହି ରକ୍ତଦାନ ଶିବିରରେ ବ୍ଲଡବ୍ୟାଙ୍କ ଡାକ୍ତର ବିରଞ୍ଚି ନାରାୟଣ ବିଶ୍ୱାଳ,ଲାବ ଟେକ୍ନେସିଆନ ଲୋକନାଥ ଦଳେଇ ,ସ୍ୱାସ୍ଥ୍ୟ କର୍ମଚାରୀ ମନୋରଞ୍ଜନ ଭୋଇ,ଅମିତ ପାଢୀ ପ୍ରମୁଖ ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ନିୟୋଜିତ ହୋଇ ରକ୍ତ ସଂଗ୍ରହ କରିଥିଲେ । ଜିଲ୍ଲାଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ,ଜ୍ୟୋତି ରଞ୍ଜନ ପୁଷ୍ଟି,ରଶ୍ମି ରଞ୍ଜନ ବିଶ୍ୱାଳ, ସୋମ୍ୟ ରଞ୍ଜନ ମହାପାତ୍ର,ଲିଙ୍କନ ପଟ୍ଟନାୟକ,ସୁଦିପ୍ତ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ପିପିଲିରୁ ବିଜୟ କୁମାର ମହାପାତ୍ର-୬/୩/୨୦୨୧--- ୫,୫୮