ଡେଲାଙ୍ଗ ଡି.ପି.ଏଲ ପକ୍ଷରୁ ଖେଳାଲି ନିଲାମ ଆରମ୍ଭ
ଡେଲାଙ୍ଗ ----- ଡେଲାଙ୍ଗ ଡି,ପି.ଏଲ ସିଜନ-୩ ଖେଳାଲି ନିଲାମ ପ୍ରକିୟାର ଆରମ୍ଭ ହୋଇଯାଇଛି । ଡେଲାଙ୍ଗ ଷ୍ଠେସନ ସ୍ଥିତ ପ୍ରଭାତ କ୍ଳବ ପରିସରରେ ଏହି ନିଲାମ ପ୍ରକିୟା ଆରମ୍ଭ ହୋଇଥିଲା । ଏଥିରେ ୬ଟି ଦଳର ମାଲିକ ଓ ଆଇକନ ମାନେ ଉପସ୍ଥିତ ରହିଥିଲେ । ଡେଲାଙ୍ଗ ଗ୍ରୀନ ଟିମ ଦେବବ୍ରତ ଆଚାର୍ଯ୍ୟଙ୍କୁ ୧୫ଶହ ଟଙ୍କା କିଣିଥିବା ବେଳେ ଟିମ ୟଲୋ ଦଳ କୃଷ୍ଣଚନ୍ଦ୍ର ବେହେରାଙ୍କୁ ୧୫ଶହ ଟଙ୍କାରେ କିଣିଛି ।ଡେଲାଙ୍ଗ ଅରେଞ୍ଜ ଟିମ ସେହିପରି ଅଲରାଉଣ୍ଡର ରାମଚନ୍ଦ୍ର ମହାରଣାଙ୍କୁ ୧୫ଶହ ଟଙ୍କାରେ କିଣିଥିବା ଜଣାପଡିଛି । ଡି,ପି,ଏଲ ମ୍ୟାଚର ଆୟୋଜକ କମିଟିର ସଦସ୍ୟ ପ୍ରଦୀପ କୁମାର ସେଠୀ, ଛାଟୋଇ ମୋତିଲାଲ ରାୟ, ବୀରେନ୍ଦ୍ର କୁଅଁର, ପ୍ରଭାତ କୁମାର ଜେନା, ପ୍ରଶାନ୍ତ କୁମାର ଜେନା, ପ୍ରଦୀପ କୁମାର ବିଶ୍ୱାଳ, ରଶ୍ମି ରଞ୍ଜନ ବେହେରା, ମନୋରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୬/୩/୨୦୨୧-----୫,୧୦