Breaking News

ପ୍ରାଣୀସମ୍ପଦ କର୍ମଚାରୀ ଓ ସାମ୍ବାଦିକ ମାନେ କୋଭିଡ୍ ପ୍ରତିଷେଧକ ଟିକା ନେବାରୁ ବଞ୍ଚିତ

 ଡେଲାଙ୍ଗ ----  ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମିଳନୀ ଗୃହରେ ସ୍ୱାସ୍ଥ୍ୟ ବିଭାଗ, ବ୍ଲକ୍‌, ତହସିଲ୍‌, ଥାନା ଓ ଅଗ୍ନିଶମ କାର୍ଯ୍ୟାଳୟର କର୍ମଚାରୀଙ୍କୁ କୋଭିଡ୍ ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି ।  କରୋନା ସମୟରେ ସେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଲିଭେଇଥିବା ପ୍ରାଣୀସମ୍ପଦ କର୍ମଚାରୀ ଓ ସାମ୍ବାଦିକମାନଙ୍କୁ ଏହି ପ୍ରତିଷେଧକ ଟିକା ନେବା ଅଧିକାରରୁ ବଞ୍ôଚତ କରାଯାଇଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ସ୍ଥାନୀୟ ପ୍ରାଣୀ ସମ୍ପଦ କାର୍ଯ୍ୟାଳୟର ପଶୁଧନ ନିରୀକ୍ଷକ ସୁଶାନ୍ତ ଦାସ ଓ ଜଟାଧାରୀ ବଳବନ୍ତରାୟ ବିଶେଷ କରି କୋଭିଡ୍ ସମୟରେ ବିଭାଗୀୟ ନିର୍ଦ୍ଦେଶକ୍ରମେ ନମୁନା ସଂଗ୍ରହ କାର୍ଯ୍ୟରେ ସାମିଲ ହୋଇଥିବା ସତ୍ତ୍ୱେ ସେମାନଙ୍କୁ କୋଭିଡ୍ ପ୍ରତିଷେଧକ ଟିକା ଦିଆଯାଇ ନଥିବାରୁ ନୈରାଶ୍ୟଭାବ ପ୍ରକାଶ କରିଛନ୍ତ୍‌ି  । ଏପରିକି କରୋନା ସଂକ୍ରମଣ ସମୟରେ ସ୍ଥାନୀୟ ଅଞ୍ଚଳର ସାମ୍ବାଦିକମାନେ ଗାଁକୁ ଗାଁ ବୁଲି ପ୍ରତିଦିନ ଖବର ସଂଗ୍ରହ କରିଥିଲେ ।  ବିଭିନ୍ନ କୋଭିଡ୍ ରହଣିସ୍ଥଳ, ପ୍ରବାସୀ ଅଭ୍ୟର୍ଥନା କେନ୍ଦ୍ର, କୋଭିଡ୍ ଚିକିତ୍ସା କେନ୍ଦ୍ର ଅଞ୍ଚଳରୁ ତଥ୍ୟ ସଂଗ୍ରହ କରିବା କାମରେ ନିୟୋଜିତ ଥିବା ବେଳେ ସେମାନଙ୍କୁ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ପ୍ରତିଷେଧକ ଟିକା ନେବା କ୍ଷେତ୍ରରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ଏମାନଙ୍କୁ ଏହି ଯୋଜନାରେ ସାମିଲି କରିବାର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରୁ ଦାବି ହେଉଛି । ଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ପ୍ରଶାସନିକ ତଥା ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପ୍ରାଣୀସମ୍ପଦ ଅଧିକାରୀ ଓ ସାମ୍ବାଦିକମାନଙ୍କୁ କୋଭିଡ୍ ପ୍ରତିଷେଧକ ଟିକା ଦିଆଯିବା ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୬/୩/୨୦୨୧----୫.୫୫

Blog Archive

Popular Posts