Breaking News

ରାଜ୍ୟ କ୍ୟାବିନେଟ ରେ ୧୬ଟି ଗୁରୁତ୍ୱପୂର୍ଣ ନିଷ୍ପତି


ଭୁବନେଶ୍ୱର---- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ରାଜ୍ୟ କ୍ୟାବିନେଟ ବୈଠକରେ ୧୬ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଶକ୍ତି ,କୃଷି , ସାମାଜିକ ସୁରକ୍ଷା , ଅବକାରୀ ,ସାଧାରଣ ପ୍ରଶାସନ , ପଞ୍ଚାୟତିରାଜ ଓ ପାନୀୟ ଜଳ , ରାଜସ୍ୱ , ଓ ବିପର୍ଯ୍ୟୟ ପରିଚାଳନା ଏବଂ ଇସ୍ପାତ ଓ ଖଣି ବିଭାଗର ୧୬ଟି ପ୍ରସ୍ତାବ କୁ ଅନୁମୋଦନ କରାଯାଇଛି । ମିଶନ ଶକ୍ତି ନାମରେ ନୂଆ ବିଭାଗ ସୃଷ୍ଟିକୁ କ୍ୟାବିନେଟ ଅନୁମୋଦନ ଦେଇଛି । ଏଥିସହିତ ରାଜ୍ୟରେ ୧୦ ଟି ଗ୍ରାମୀଣ ପାଇପ ଜଳ ଯୋଗାଣ କାର୍ଯ୍ୟକୁ ମଞ୍ଜୁରୀ ମିଳିଛି । ସେହିପରି ବାଲେଶ୍ୱର ଜିଲ୍ଲା ରେମୁଣା ତହସିଲ ଅଧୀନରେ ୨୫ ଏକର ଜମିରେ ଏମସ ର satelite ସେଣ୍ଟର ନିର୍ମାଣକୁ ଅନୁମୋଦନ ମିଳିଛି ।ପୁନର୍ବାର ଲୋକାଯୁକ୍ତ ଆଇନରେ ସଂଶୋଧନ କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ । ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୭/୩/୨୦୨୧----୭,୪୦

Blog Archive

Popular Posts