Breaking News

ପିପିଲି ବିଜେଡି କାର୍ଯ୍ୟାଳୟଠାରେ ବିଜୁ ଜୟନ୍ତି ପାଳିତ; ଉପନିର୍ବାଚନ ପାଇଁ ପଞ୍ଚାୟତ ସ୍ତରୀୟ କମିଟି ଗଠନ




 ପିପିଲି- ପିପିଲି ବିଜୁ ଜନତା ଦଳର କାର୍ଯ୍ୟାଳୟ ଠାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୫ତମ ଜନ୍ମ ଜୟନ୍ତି ପାଳିତ ହୋଇଯାଇଛି ।ଏହି ଅବସରରେ ପିପିଲି ବିଧାନ ସଭା ଆସନ ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ସମିକ୍ଷା ଓ ପଞ୍ଚାୟତ ସ୍ତରୀୟ କମିଟି ଗଠନ କରାଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବିଜୁ ଜନତା ଦଳର ପିପିଲି ବ୍ଲକ ଉପନିର୍ବାଚନ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଂଜନ ଦାଶ,ସମ୍ମାନିତ ଅତିଥିଭାବେ ଜଗସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଓଡିଶା ପ୍ରତି ଅବଦାନ ସର୍ମ୍ପକରେ ଆଲୋକପାତ କରିଥିଲେ । ତତ୍ ସହିତ ଉପନିର୍ବାଚନ ପାଇଁ ଏକ ସମିକ୍ଷା ଓ ପଞ୍ଚାୟତ ସ୍ତରୀୟ କମିଟି ପ୍ରସ୍ତୁତୀ ପାଇଁ ବୈଠକ କରିଥିଲେ । 

ମହାରଥିଙ୍କ ପରିବାର ରୁ ଦଳିୟ ଟିକେଟ ମିଳିବା ନେଇ ସଙ୍କେତ 

 ପିପିଲି ନିର୍ବାଚନ ମଣ୍ଡଳିର ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ଅକାଳ ବିୟୋଗପରେ ଏଠାରେ କୈାଣସି ମୁହୁର୍ତ୍ତରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ପାରେ । ବିଜେଡି ଦଳର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଶ୍ରୀଯୁକ୍ତ ଦାସ ଓ ଶ୍ରୀଯୁକ୍ତ ମୁଦୁଲି ଦଳର ସାଂଗଠିନକ ବୈଠକ ଯୋଗଦେଇ ଦଳ ତୃଣମୁଳ ସ୍ତରରୁ ମଜଭୁତ କରିବା ପାଇଁ କର୍ମିମାନଙ୍କୁ ଆହ୍ୱନା ଦେଇଛନ୍ତି । ସେଠାରେ ଦିବଙ୍ଗତ ବିଧାୟକ ପ୍ରଦିପ ମହାରଥିଙ୍କୁ ମନେ ପକାଇ ତାଙ୍କ ଅକାଳ ବିୟୋଗ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଛି । ଏହି ବୈଠକରେ ପିପିଲି ବ୍ଲକର ୨୫ ପଞ୍ଚାୟତର ଦଳିୟ ନେତୃତ୍ୱଙ୍କୁ ନେଇ ଦଳର ସମିକ୍ଷା କରାଯିବା ସହିତ ପଞ୍ଚାୟତ କମିଟି ଗଠନ କରାଯାଇଥିବା ସୁଚନା ମିଳିଛି ।  ତତ୍ ସହିତ ଏହି ପିପିଲି ଉପନିର୍ବାଚନ ଆସନରେ ଦଳର ମୁଖ୍ୟ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ପରିବାରରୁ ଜଣଙ୍କୁ ଟିକେଟ ଦେବେ ବୋଲି ଉପନିର୍ବାଚନ ଦାୟିତ୍ୱରେଥିବା ପର୍ଯ୍ୟବେକ୍ଷକ ମାନେ ବୈଠକରେ ସିଧା ଜଣାଇଛନ୍ତି । ଦଳର ମୁଖ୍ୟ ନବୀନ ପଟ୍ଟନାୟକ ସ୍ୱର୍ଗତ ମହାରଥିଙ୍କ ପରିବାରରୁ ବିଧାୟକ ପ୍ରାର୍ଥି ରୁପେ ଯାହାକୁ ଚୟନ କରିବେ ପିପିଲି ବ୍ଲକର ସମସ୍ତ ପଞ୍ଚାୟତ ସ୍ତରୀୟ ବିଜେଡି କର୍ମକର୍ତ୍ତା ତାଙ୍କୁ ସ୍ୱାଗତ କରିବେ ବୋଲି ସର୍ବସମ୍ମତିକ୍ରମେ ପ୍ରକାଶ ପାଇଛି ।ଏହି କାର୍ଯ୍ୟକ୍ରମକୁ ପିପିଲି ବ୍ଲକ ବେଜେଡି ସଭାପତି ପ୍ରଫୁଲ୍ଲ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ,ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଆର୍ତ୍ତବନ୍ଧୁ ସାମନ୍ତରାୟ,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କିଶୋର ଛୋଟରାୟ ପ୍ରମୁଖଙ୍କ ସହିତ ସମସ୍ତ ପଞ୍ଚାୟତ ସ୍ତରୀୟ ନେତୃବୁନ୍ଦ ଉପସ୍ଥିତ ରହିଥିଲେ । ପିପିଲିରୁ ବିଜୟ କୁମାର ମହାପାତ୍ର, ୬/୩/୨୦୨୧-----୫,୫୦

Blog Archive

Popular Posts