ବାକଶକ୍ତି, ସ୍ୱଳ୍ପଦୃଷ୍ଟି, ଶ୍ରବଣବାଧିତ ପିଲାମାନଙ୍କୁ ଆବଶ୍ୟକୀୟ ଉପକରଣ ପାଇଁ ଚିହ୍ନଟ ଶିବିର
ସାକ୍ଷୀଗୋପାଳ----- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ବୀରଗୋବିନ୍ଦପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟରେ ଅଧ୍ୟୟନ ରତ ବାକଶକ୍ତି, ସ୍ୱଳ୍ପଦୃଷ୍ଟି, ଶ୍ରବଣବାଧିତ ପିଲାମାନଙ୍କୁ ଆବଶ୍ୟକୀୟ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଶିକ୍ଷା ଅଧିକାରୀ ଜିତେନ୍ଦ୍ର କୁମାର ନାୟକ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଏଥିରେ ସତ୍ୟବାଦୀ ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ୧୦୦ ଜଣ ଛାତ୍ର ଛାତ୍ରୀ ଯୋଗଦେଇଥିବା ବେଳେ ସେମାନଙ୍କ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ । ଭୁବନେଶ୍ୱରର ଆଲମିନୋକ ସଂସ୍ଥାର ଗୁରୁଦତ୍ତ ଲେଙ୍କା ଓ ବିକ୍ରମ ମହାରଣା ଶ୍ରବଶବାଧକ ପିଲା ମାନଙ୍କର ପରୀକ୍ଷା କରିଥିବା ବେଳେ ସାଇଟି ସେଭର ସଂସ୍ଥା ପକ୍ଷରୁ ନିରଞ୍ଜନ ରାଜ ଦୃଷ୍ଟି ବାଧି୍ତ ପିଲାଙ୍କୁ ପରୀକ୍ଷା କରିଥିଲେ । ଏହି ଚିହ୍ନଣ ଶିବିରକୁ ଗୋଷ୍ଠୀ ସମ୍ବଳ ଶିକ୍ଷୟତ୍ରୀ ସରିଡା ମହାପାତ୍ର, ବାସନ୍ତୀ ହୋତା, ସଂଗୀତା ଦାଶ, ସସ୍ମିତା ରଥ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସିଆରସିସି ସୁନିଲ କୁମାର ବେହେରା, ଅଜୟ କୁମାର ପ୍ରଧାନ, ସରୋଜ କୁମାର ବେହେରା ଓ କୁନିମନି ଦେବୀଙ୍କ ସହିତ ଅନ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ସହଯୋଗ କରିଥିଲେ । ମାତ୍ର ସରକାର ଓଡିଆରେ ସମସ୍ତ ବ୍ୟାନର, ଚିଠି ପତ୍ର କରିବା ସହ କାର୍ଯ୍ୟାଳୟରେ ଓଡିଆରେ ଲେଖିବା ପାଇଁ ନିୟମ ରହିଥିବା ବେଳେ ସତ୍ୟବାଦୀ ବ୍ଳକ ଶିକ୍ଷା ଅଧିକାରୀ ଏହି ନିୟମ ବାହାରେ ରହିଥିବା ଶିବିରକୁ ଆସିଥିବା ଅଭିଭାବକ ମାନେ ଆଲେଚନା କରୁଥିବା ଶୁଣିବାକୁ ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୩/୨୦୨୧---୮,୫୩