Breaking News

ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ


 ଜୁନାଗଡ଼  -କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ସହର ର ଲଷ୍ମୀସାଗର ପଡା ରଞ୍ଜିତ ହଂସ ଙ୍କ ମୃତ୍ୟୁ ଘଟଣା କୁ ନେଇ ରବିବାର ଉତ୍ତେଜନା ଦେଖା ଯାଇଛି ! ସୂଚନା ଏହି କିଯେ ଗତ ଗୁରୁବାର ରାତିରେ ଜୁନାଗଡ଼ ସହର ସ୍ଥିତ ଲଷ୍ମୀସାଗର ପଡାର ରଂଜିତ  ହଂସ ବୟସ ୨୩ନିଜ ସମ୍ପର୍କୀୟ ରଣପୁର ଗ୍ରାମ ରୁ  (0D,08A-3519) ନମ୍ବର ଏକ ବାଇକ ଯୋଗେ ନିଜ ଘର କୁ ଫେରୁଥିଲେ  । ୧୨ ତାରିଖ ଶୁକ୍ରବାର ସକାଳେ ଜୁନାଗଡ଼ ନିକଟସ୍ଥ ବନମାଳୀପୁର ରାଇସମିଳ ନିକଟରେ ରଞ୍ଜିତ ବାଇକ ରୁ ପଡିଯାଇଥିଲେ।  ଯାହାଦ୍ୱାରା ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଲୋକେ ଦେଖିବାକୁ ପାଇଥିଲେ ।  ଖବର ଜାଣିଲା ପରେ ଜୁନାଗଡ଼ ପୋଲିସ ପହଁଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା କୁ ନେଇଥିଲେ । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ଥିଲା । ପରେ ପରେ ପରିବାର ଲୋକେ ଏହା ଦୁର୍ଘଟଣା ନୁହେଁ ଏହା ଏକ ସଢଯନ୍ତ୍ର କରି ମାରି ଦିଆ ଯାଇ ଦୁର୍ଘଟଣା ର ରୂପ ଦିଆ ଯାଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।  ରବିବାର ମଧ୍ୟାହ୍ନରେ ଥାନାକୁ ଯାଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ପାଟିତୁଣ୍ଡ କରି ଜୁନାଗଡ଼ ମୁଖ୍ୟ ରାସ୍ତା ରାଜପଥ ଉପରେ ଦୀର୍ଘ ଏକ ଘଣ୍ଟା ଧରି ବସିରହିଥିଲେ । ଯାହା ଫଳରେ କି ଚକାଯାମ କରାଯାଇ ଥିବା ଫଳରେ ରାସ୍ତାର ଦୁଇ ପଟ ଭାରିଜାନ, ମଟର ସାଇକେଲ, ଇତ୍ୟାଦି ଶତାଧିକ ଗାଡ଼ି ମଟର ଅଟକି ରହିଥିଲା । ଯାହାଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗିଥିଲେ । ଘଟଣା ସ୍ଥଳକୁ ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ଦାସ ପହଁଞ୍ଚି, ଏହି ଘଟଣା ର ଉଚ୍ଚସ୍ତରୀୟ ତଦନ୍ତ କରାଯିବ । ଦୋଷୀ ସାବ୍ୟସ୍ତ ହେଲେ ଆଇନ ଅନୁଯାଇ ଦଣ୍ଡ ଦିଆଯିବାର ପ୍ରତିଶୃତି ଦେଲା ପରେ ପରିବାର ଲୋକେ ଶାନ୍ତ ହୋଇ ରାସ୍ତା ଉପରୁ ହଟିଥିଲେ  । ଫଳରେ ଯାତାୟାତ ସ୍ୱଭାବିକ ହୋଇଥିଲା ।
କଳାହାଣ୍ଡି ରୁ ଜ଼ିଲ୍ଲା ପ୍ରତିନିଧି ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ , ୧୫/୩/୨୦୨୧----୯,୩୦

Blog Archive

Popular Posts