ଜାନୁଆରୀ ୧୫ ରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବ
ଭୁବନେଶ୍ୱର ---- ନୂଆ ଭୋଟର ତାଲିକା ଜାନୁଆରୀ ୧୫ ତାରିଖରେ ପ୍ରକାଶ ପାଇବ । ଏ ନେଇ ଶୁକ୍ରବାର ଖବରଦାତା ସମିଳନୀ ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ସୂଚନା ଦେଇଛନ୍ତି। ସେ କହିଛନ୍ତି ନାମ ସଂଶୋଧନ ଅଥବା ଯୋଡିବା ନିମନ୍ତେ ଡିସେମ୍ବର ୧୫ ମଧ୍ୟରେ ଆବେଦନ କରିପାରିବେ । ଉଭୟ ଅଫ ଲାଇନ ଓ ଅନ ଲାଇନରେ ତାଲିକାରେ ନାମ ଯୋଡିବା , କାଟିବା, ଏବଂ ସଂଶୋଧନ କରିହେବ । ତେବେ ଯୋଡିବା ଲାଗି ୬ ,କାଟିବାକୁ ୭, ଏବଂ ସଂଶୋଧନ ପାଇଁ ୮ନଂ ଫର୍ମାଟ ରେ ଆବେଦନ କରିପାରିବେ । ଏଥିପାଇଁ ନିଜର ଫୋଟୋ ସହ ବାସସ୍ଥାନ ପ୍ରମାଣ ଲୋଡ଼ା ପଡିବ ବୋଲି କହିଥିଲେ । ସେହିପରି ଅନଲାଇନ କିମ୍ବା ବୁଥ ସ୍ତରରେ ପହଂଚି ଆବେଦନ କରାଯାଇ ପାରିବ ବୋଲି ସେ କହିଥିଲେ । ଡିସେମ୍ବର ୫ ଓ ୬ ରେ ବୁଥ ରେ ବି ଏଲ ଓ ରହିବେ । ସ୍ୱତନ୍ତ୍ର ଅଭିଯାନ ଚାଲିବ ।ଆବେଦନ ଗୁଡିକୁ ଡିସେମ୍ବର ୧୫ ରୁ ଜାନୁଆରୀ ୫ ମଧ୍ୟରେ ଯାଞ୍ଚ କରାଯିବ ବୋଲି ଲୋହାନି କହିଛନ୍ତି । ଧୀରେନ୍ଦ୍ର ସେନାପତି ,୪/୧୨/୨୦୨୦--- ୫,୪୦