Breaking News

ମିଲର ମାନଙ୍କ ଯୋଗୁ ସତ୍ୟବାଦୀରେ ଧାନ ମଣ୍ଡି ଖୋଳିପାରୁନାହିଁ ; ତୁଟି ପାରୁ ନାହିଁ କାଟ

  ସାକ୍ଷୀଗୋପାଳ--- ପୁରୀ ଜିଲ୍ଲାରେ ୨୮ ତାରିଖରେ ସରକାରୀ ଭାବେ ଧାନ ମଣ୍ଡି ପିପିଲି ବ୍ଳକ ତେଇଶିପୁର ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଉଦଘାଟନ ହୋଇଯାଇଛି । ସେହିଦିନ ଡେଲାଙ୍ଗ ବ୍ଳକର ଅରିଶଲ ନିମାପଡା ଆଦି ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲିଥିଲା । ମାତ୍ର ସତ୍ୟବାଦୀ ବ୍ଳକରେ ୧୬ ଗୋଟି ସମବାୟ ସମିତି ମାଧ୍ୟମରେ ଚାଷୀ ମାନଙ୍କ ଠାରୁ ରାଜ୍ୟ ସରକାର ଧାନ କିଣିବେ ବୋଲି ସ୍ଥିର କରାଯାଇଛି ।  ଚାଷୀ ମାନେ ଧାନ ବିକ୍ରୟ କରିବା ପାଇଁ ସମବାୟ ସମିତି ଜରିଆରେ ନାମ ପଞ୍ଜିକରଣ କରିଛନ୍ତି । ସେମାନଙ୍କ ପାଖକୁ ଧାନ ବିକ୍ରୟ କରିବାପାଇଁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଟୋକୋନ ମଧ୍ୟ ପଠା ଦିଆଯାଇଛି । ମାତ୍ର ଚାଷୀ ଟୋକେନ ଧରି ବସିଛି ,ଧାନ ମଣ୍ଡି ଏ ପର୍ଯ୍ୟନ୍ତି ସତ୍ୟବାଦୀରେ ଖୋଲୁନାହିଁ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷେ ମିଲର ମାନେ ଧାନ କୁଇଣ୍ଟାଲ ପ୍ରତି ୪କେଜି ଧାନ କାଟ ନେବାକୁ ଜିଦ ଧରି ବସିଛନ୍ତି । ଯାହାକୁ ନେଇ ଡେଲାଙ୍ଗ ବ୍ଳକରେ ବୁଧବାର ଦିନ ଚାରିଗୋଟି ସମବାୟ ସମିତି କାର୍ଯ୍ୟାଳୟରେ ଧାନମଣ୍ଡି ଖୋଲି ପାରି ନାହିଁ । ସମବାୟ ସମିତିର ସମ୍ପାଦକ ମାନେ ଚାଷୀ ମାନଙ୍କୁ ବୁଝାଇ ସୁଝାଇ କୁଣ୍ଟାଲ ପ୍ରତି ୩କେଜି ଧାନ କାଟ ଦେବାକୁ ରାଜି ହୋଇଥିବା ବେଳେ ମିଲର ମାନେ ୪କେଜିରୁ କମ ହେଲେ ସରକାରଙ୍କ ନିୟମ ଅନୁସାରେ ଧାନ କିଣିବେ ବୋଲି ଜିଦ ଧରିଛନ୍ତି । ରାଜ୍ୟ ସରକାର ଧାନ ବିକ୍ରୟ ସମୟରେ କାଟ ଛାଟ ନାହିଁ କହୁଥିବା ବେଳେ ମିଲର ମାନେ ଧାନ କାଟ ନେଉଥିବା କେତକ ଚାଷୀ ଅଭିଯୋଗ ଆଣିଛନ୍ତି । ଯାହା ଫଳରେକି ସତ୍ୟବାଦୀ  ବ୍ଳକରେ ଧାନ ମଣ୍ଡି ସବୁ ବ୍ଳକରେ ଖୋଲିଥିବା ବେଳେ ସତ୍ୟବାଦୀ ବ୍ଳକରେ ଗୋଟିଏ ହେଲେ ଧାନ ମଣ୍ଡି ଖୋଲିନାହିଁ ।  ସତ୍ୟବାଦୀରେ ତୁରନ୍ତ ଧାନ ମଣ୍ଡି ଖୋଲିବା ପାଇଁ  ପୁରୀ ଜିଲ୍ଳାପାଳ ନଜର ଦେବାକୁ ଚାଷୀ ଓ ଚାଷୀ ସଂଗଠନ ମାନଙ୍କ ପକ୍ଷରୁ ଦାବି କରାଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୧୨/୨୦୨୦----୧୦୧୫

Blog Archive

Popular Posts