ଓଡିଶାର ସମସ୍ତ ବରପୁତ୍ରଙ୍କ ଜନ୍ମପୀଠ ଉନ୍ନତି କରଣ କରାଯିବ; ରାଜ୍ୟ କ୍ୟାବିନେଟରେ ନିସ୍ପତିକୁ ସ୍ୱାଗତ କରି ଦୀପଦାନ
ସାକ୍ଷୀଗୋପାଳ ----- ରାଜ୍ୟ ସରକାର ଗୋପବନ୍ଧୁଙ୍କ ଜନ୍ମପୀଠର ଉନ୍ନତି କରଣ କରିବା ପାଇଁ ସେପ୍ଟେମ୍ବର ମାସରେ ୧୧ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ଏହାକୁ ଆଧାର କରି ଗୋପବନ୍ଧୁଙ୍କ ଜନ୍ମପୀଠର ଉନ୍ନତି କରଣ କାର୍ଯ୍ୟ ଆଗେଇ ଚାଲିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅ୍ମକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏକ ଐତିହାସ୍ୟିକ ନିସ୍ପତି ଗ୍ରହଣ କରାଯାଇଛି । ଓଡିଶାର ସମସ୍ତ ବରପୁତ୍ରଙ୍କ ଜନ୍ମପୀଠର ଉନ୍ନତି କରଣ କରାଯିବ ବୋଲି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ନିସ୍ପତିକୁ ସ୍ୱାଗତ କରି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାଙ୍କ ନେତ୍ୃତ୍ୱରେ ଶତାଧିକ ମହିଳା ପୁରୁଷ ମାନେ ଏକଜୁଟ ହୋଇ ଦାସଙ୍କ ଷଠୀଘରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ନିସ୍ପତିକୁ ସମର୍ଥନ କରି ଗୋପବନ୍ଧୁଙ୍କ ବାସଭବନ ଘର ଆଗରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଅନ୍ୟ ମାନଙ୍କ ମ୍ମରେ ଜିଲ୍ଲାପରିଷଦ ସଭ୍ୟ ଧୃବ ଚରଣ ଦାଶ, ପ୍ରହଲ୍ଲାଦ ଘଟୁଆରୀ, ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ, ଜିଲ୍ଲା ବିଜେଡି ଦଳର ଉପସଭାପତି ତଥା ଆତ୍ମାର ଅ୍ମକ୍ଷ ରାମଚନ୍ଦ୍ର ମହାନ୍ତି, ବ୍ଳକ ଅ୍ମକ୍ଷାଙ୍କ ପ୍ରତିନିଧି ଶଙ୍କର ପ୍ରଧାନ,ସରପଞ୍ଚ ରଶ୍ମିତା ପ୍ରଧାନ, ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର, ଜିଲ୍ଲା ବିଜେଡି ଦଳର ସହସମ୍ପାଦକ ଦେବାଶିଷ ରାୟ, ସାମାଜିକ କର୍ମୀ ସୁନୀଲ କୁମାର ପଣ୍ଡା, ସୁରେଶ କୁମାର ସାହୁ, ବେବିଲାଲା ମିଶ୍ର ଓ ମହିଳା ଗୋଷ୍ଠୀର ସଦସ୍ୟା ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୧୨/୨୦୨୦----୧୦,୩୫