Breaking News

ପରୀ କୁ ନ୍ୟାୟ ଦାବିରେ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରିଲା ବିଜେପି ମହିଳା ମୋର୍ଚ୍ଚା


ଭୁବନେଶ୍ୱର---- ପରୀ ହତ୍ୟା ଘଟଣାରେ ରାଜ୍ୟରେ ଦିନ କୁ ଦିନ ବିବାଦ ତେଜିବାରେ ଲାଗିଛି । ଏହି ଘଟଣା ରେ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସ ଭବନ ଘେରାଓ କରାଯାଇଛି। ମନ୍ତ୍ରୀଙ୍କ ଇସ୍ତଫା ଓ ଘଟଣା ର ସିବିଆଇ ତଦନ୍ତ ଦାବିକରି ଅରୁଣ ଙ୍କ ବାସଭବନ ଘେରାଓ କରିଛି ବିଜେପି ମହିଳା ମୋର୍ଚ୍ଚା । ଏହି ସମୟରେ ପୋଲିସ ଓ ମହିଳା ମୋର୍ଚ୍ଚା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଠେଲା ପେଲା ହୋଇଥବା ଦେଖିବାକୁ ମିଳିଥିଲା । ମନ୍ତ୍ରୀ ଅରୁଣ ସାହୁଙ୍କୁ ରାଜ୍ୟ ସରକାର ଘଣ୍ଟ ଘୋଡାଇବାକୁ ଉଦ୍ୟମ କରୁଛନ୍ତି ବୋଲି ମହିଳା ନେତ୍ରୀ ମାନେ କହିଛନ୍ତି । ତାଙ୍କୁ କାହିଁକି ବହିଷ୍କାର କରାଯାଇନି ବୋଲି ମହିଳା ମୋର୍ଚ୍ଚା ପ୍ରଶ୍ନ କରିଛି । ଏହି ବିକ୍ଷୋଭ କାର୍ଯ୍ୟକ୍ରମ ର ନେତୃତ୍ୱ ନେଇଥିଲେ ପ୍ରଭାତୀ ପରିଡା ଓ ଲେଖାଶ୍ରୀ ସାମନ୍ତସିହାର । ଆଜି ର ଏହି ବିକ୍ଷୋଭ କୁ ଦୃଷ୍ଟିରେ ରଖି କସିସନରରେଟ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇ ଥିଲା। ଧୀରେନ୍ଦ୍ର ସେନାପତି ୪/୧୨/୨୦----୫,୦୫

Blog Archive

Popular Posts