ଝରାପାଲି ମାର୍କେଟ ର ଷ୍ଟଡ଼ିପଏଣ୍ଟ ଶିକ୍ଷା ଅନୁଷ୍ଠାନରେ ସାଧାରଣ ଜ୍ଞାନ ପ୍ରତିଯୋଗିତା
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:- ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସଂକ୍ରିଡା ପଞ୍ଚାୟତ ଝରାପାଲି ମାର୍କେଟରେ ଥିବା ଷ୍ଟଡ଼ିପଏଣ୍ଟ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ସାଧାରଣ ଜ୍ଞାନ( କୁଇଜ)ପ୍ରତି ଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ସସ୍ମିତା ସାହୁ,ସୁଦାମ ଗର୍ଡିଆ ଓ ଲବ ବସ୍ତିଆ ପ୍ରମୁଖଙ୍କ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ଭାଗବତ ପ୍ରସାଦ ବେହେରା ,ସମ୍ମାନୀତ ଅତିଥି ସୀତାରାମ୍ ବିଶି,ସାମ୍ବାଦିକ ଭବାନୀ ଶଙ୍କର ପାଢୀ ଯୋଗଦେଇ ଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରତିଯୋଗିତା ହୋଇଥିଲା।ପୁରସ୍କାର ବିତରଣ ଉତ୍ସବରେ ଶିକ୍ଷାନୁଷ୍ଠାନ ମୁଖ୍ୟ ଶିକ୍ଷକ ଅଭିଜିତ କୁମାର ବିଶିଙ୍କ ସଭାପତିତ୍ବରେ ଅତିଥି ମାନଙ୍କ ଦ୍ୱାରା ପ୍ରତିଯୋଗିତାରେ କୃତିତ୍ୱ ତଥା ଅଂଶ ଗ୍ରହଣ କରିଥିବା ବିଜେତା ଓ ଉପ ବିଜେତା ପର୍ଯ୍ୟାୟ କ୍ରମେ ସୌଭାଙ୍ଗି ଚନ୍ଦ୍ରମ,ତପନ ରାଜ ସୁନା, ସାନ୍ତ୍ବନା ମୂଲକ ଭାବେ ଅଂଶୁମାନ ଭୋଇ,ଅଲିଶା ବେଗମ ଓ ମଂଜରୀ ତ୍ରିପାଠୀଙ୍କୁ ପୁରସ୍କୃତ କରା ଯାଇଥିଲା।ଶେଷରେ ଶିକ୍ଷା ଅନୁଷ୍ଠାନ ମୁଖ୍ୟ ଅଭିଜିତ ବିଶି ଧନ୍ୟବାଦ ଅର୍ପଣ କରିଥିଲେ।
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍,୨୭/୧୨/୨୦୨୦-_-୫,୩୦