ବରୀ ପଞ୍ଚାୟତର ବୈଠକ ରେ କର୍ମୀମାନଙ୍କ ମଧ୍ୟରେ ଗଣ୍ଡଗୋଳ
ଯାଜପୁର ----ଯାଜପୁର ବରୀ ପଞ୍ଚାୟତ ସମିତିର ବୈଠକ ପୁର୍ବରୁ ୨ ଗୋଷ୍ଠୀ ମୁହାଁମୁହିଁ । ଆଜି ବରୀ ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ପରିଷଦ ବୈଠକ ହେବା ପୂର୍ବରୁ ୨ ରାଜନୈତିକ ଦଳର କର୍ମୀମାଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି । ଏଥିରେ ଉଭୟ ପକ୍ଷରୁ ୫ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଖବର ପାଇ ବରୀ ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଁଞ୍ଚି ଗଣ୍ଡଗୋଳକୁ ନିୟନ୍ତ୍ରଣ କରିଥିଲେ । ଅନ୍ୟପଟେ ଗଣ୍ଡଗୋଳ ଯୋଗୁଁ ଆଜିର ପଞ୍ଚାୟତ ସମିତି ବୈଠକ ସୁଚାରୁ ରୁପେ ହୋଇ ପାରିନାହିଁ । ଗୃହ ମଧ୍ୟରେ ପଞ୍ଚାୟତ ପ୍ରତିନିଧିମାନେ ହୋହଲା କରିଥିଲେ ।
ଫଳରେ ବୈଠକ ଚାଲିବାରେ ବାଧା ଉପୁଜିଥିଲା । ଏହି ସମୟରେ ବ୍ଲକ ପରିସର ବାହାରେ ଉଭୟ ଗୋଷ୍ଠୀର କର୍ମୀ ଭିଡାଭିଡ଼ି ହେବା ସହ ବାଇକ ଭଙ୍ଗାରୁଜା କରିଥିଲେ । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ଯାଜପୁର ରୁ ସତ୍ୟରଞ୍ଜନ ,୨୩/୧୨/୨୦୨୦----୧୦,୦୫