Breaking News

ହରିରାଜପୁର ପଞ୍ଚାୟତ କ୍ରିକେଟ ସେମିପାଇନାଲ ମ୍ୟାଚ ; ଫାଇନାଲରେ ପ୍ରବେଶ କଲା ବରୁଣେଇ ରୟାଲ ଦଳ


  ଡେଲାଙ୍ଗ -----  ଡେଲାଙ୍ଗ ବ୍ଲକ ଅଧିନସ୍ଥ ହରିରାଜପୁର ପଞ୍ଚାୟତ କ୍ରିକେଟ ସିଜିନ୬ ସେମିଫାଇନାଲ ମ୍ୟାଚ ସୋମନାଥ ଷ୍ପୋଟିଂ ଗ୍ରାଉଣ୍ଡ ପଡିଆରେ ଅନୁଷ୍ଠିତ ହୋଇଯାଇଛି ।  ଦୁତୀୟ ସେମିଫାଇନାଲ ମ୍ୟାଚ ସ୍ପୋଟିଙ୍ଗ କ୍ରିକେଟ କ୍ଳବ ସହିତ ବରୁଣେଇ ରୟାଲ କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟି କରି  ସ୍ପୋଟିଙ୍ଗ କ୍ରିକେଟ କ୍ଳବ  ଦଳ ୨୦ ଓଭର ରେ ୬ ଉଇକେଟ ହରାଇ ୧୪୧ ରନ ସଂଗ୍ରହ କରିଥିଲା । ଜବାବରେ ବରୁଣେଇ ରୟାଲ  ଦଳ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୫୬ ରନ ସଂଗ୍ରହ କରିଥିଲେ । ବରୁଣେଇ ରୟାଲ  ଦଳ  ୧୫ ରନରେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛି । ଫାଇନାଲ ମ୍ୟାଚ ୩୧ ତାରିଖ ଦିନ  ବରୁଣେଇ ରୟାଲ କ୍ରିକେଟ ଦଳ ସହିତ ସୋମନାଥ ଫାଇଟର ଦଳ ମଧ୍ୟରେ ଅନୁଷ୍ଠିତ ହେବ । ଦିପକ ମହାରଣା, ବାସୁଦେବ ରାଉତରାୟ ଓ ପ୍ରତାପ ବରାଳ  ମ୍ୟାଚ ପରିଚାଳନା କରିଥିଲେ । ଅଭିଳାଷ ପଟ୍ଟନାକୟ, ଅଶୋକ କୁମାର ମହାରଥୀ ସ୍ଳୋରିଂରେ ରହିଥିଲେ । ସେହିପରି ୨ୟ ମ୍ୟାଚଟି ବ୍ଳୁ ଡାଇମଣ୍ଡ କ୍ଳବ ସହିତ ବ୍ଳାକ ଟାଇଗର କ୍ରିକେଟ ଦଳ ମଧ୍ୟରେ  ମ୍ୟାଚ ଅନୁଷ୍ଠିତ ହୋଇଥିଲା ।ମନୋଜ କୁମାର ବାରିକ ସଂଯୋଜନା କରିଥିଲେ ।  ଅତିଥି ଭାବେ ହରିରାଜପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ମହାରଥୀ ଯୋଗଦେଇଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୩୦/୧୨/୨୦୨୦----୬,୧୦

Blog Archive

Popular Posts