ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଲେ ଫ୍ରେଣ୍ଡସ୍ ଗ୍ରୁପ
ଭଦ୍ରକ: ଭଦ୍ରକର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଫ୍ରେଣ୍ଡସ୍ ଗ୍ରୁପ୍ ପରିବାର ତରଫରୁ ଅସହାୟ ଓ ନିରାଶ୍ରୟ ଲୋକମାନଙ୍କୁ ଆଜି କମ୍ବଳ ଏବଂ ଖାଦ୍ୟ ବଣ୍ଟନ କରାଯାଇଥିଲା । ମହାମାରୀ କରୋନା ଭଳି ଅଭାବ ଅନାଟନ ସମୟରେ ପ୍ରଚଣ୍ଡ ଶୀତରୁ ରକ୍ଷା ପାଇବା ପାଇଁ ଭଦ୍ରକ ରେଳଷ୍ଟେସନ, ବସଷ୍ଟାଣ୍ଡ, ଚରମ୍ପା ହନୁମାନ ମନ୍ଦିର ଆଦି ସ୍ଥାନ ଗୁଡ଼ିକ ସହ ବିଭିନ୍ନ ରାସ୍ତା କଡରେ ବସବାସ କରୁଥିଵା ଅସହାୟ ମାନଙ୍କ ପାଖରେ ଗ୍ରୁପର ସଦସ୍ୟମାନେ ପହଞ୍ଚି ସେମାନଙ୍କୁ କମ୍ବଳ ବଣ୍ଟନ କରିବା ସହ ଖାଦ୍ୟ ବଣ୍ଟନ ମଧ୍ୟ କରିଥିଲେ। ଫ୍ରେଣ୍ଡ୍ସ ଗ୍ରୁପ୍ ର ସଭାପତି ରଶ୍ମି ରଞ୍ଜନ ସାହୁ ତତ୍ତ୍ୱାବଧାନରେ ଏମିତି ଏକ ମହତ୍ୱପୂର୍ଣ୍ଣ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପସଭାପତି ମୁକ୍ତି କାନ୍ତ ମଲ୍ଲିକ ଏବଂ ସକ୍ରିୟ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମଟିକୁ ସହଯୋଗରେ ସଫଳ ହୋଇଥିଲା। ଏହି ସଂଗଠନ ବିଭିନ୍ନ ସମୟରେ ରକ୍ତଦାନ,ଜଳ ଦାନ,ଅନ୍ନ ଦାନ, ବୃକ୍ଷରୋପଣ , 'ଗୋ'ସେବା , ସ୍ୱଛ ଭାରତ କାର୍ଯ୍ୟକ୍ରମ ଭଳି ଅନେକ ସେବାକାର୍ଯ୍ୟ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଆହୁରିମଧ୍ୟ କେତେକ ସମୟରେ ଅଗ୍ନି ବିପନ୍ନ ମାନଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇ ନିଜ ସଙ୍ଗଠନର ଏକ ସତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ମହାମାରି କରୋନା ଭଳି ବିପଦ ସମୟରେ ଦୁଃଖି ରଙ୍କିମାନଙ୍କୁ କମ୍ବଳ ଏବଂ ଖାଦ୍ୟ ବାଣ୍ଟନ ଭଳି ମହତ୍ତ୍ୱ କାର୍ଯ୍ୟକୁ ବେଶ ପ୍ରସଂଶା କରିଛନ୍ତି ଭଦ୍ରକ ଜନସାଧାରଣ ।
ଭଦ୍ରକ ରୁପ୍ରମୋଦ ନାୟକ, ୨୩/୧୨/୨୦୨୦,। ୬,୩୦