
ଡେଲାଙ୍ଗ ---- ଡେଲାଙ୍ଗ ହାଟ ବଜାର ସ୍ଥିତବିଜୟ କଲ୍ୟାଣ ମଣ୍ଡପ ପରିସରରେ ଓଡିଶା ପଲଟୀ ଫାର୍ମେର୍ସ ଆସୋସିଏସନର ଆନୁକୂଲ୍ୟରେ ଡେଲାଙ୍ଗ ଶାଖା କୁକୁଡା ଚାଷୀ ମାନଙ୍କର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଫନିରେ କ୍ଷତିଗସ୍ତ କୁକୁଡା ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲେଚନା କରାଯାଇଥିଲା ।ରାଜ୍ୟ ସରକାରଙ୍କ ଦ୍ୱାରା ଫନିରେ କ୍ଷତିଗସ୍ତ ହୋଇଥବା କୁକୁଡା ଚାଷୀଙ୍କୁ ପୁନରୁଦ୍ଧାର ପାଇଁ ଘୋଷିତ ସରକାରୀ ସହାୟତା ପ୍ରଦାନ କରିବାରେ ଅହେତୁକ ବିଳମ୍ବ ନେଇ ବୈଠକରେ ଆଲେଚନା କରାଯାଇଥିଲା । ଦୀଲ୍ଲିରେ କୃଷକ ମାନେ ସେମାନଙ୍କ ଦାବି ନେଇ ଆନ୍ଦୋଳନ ଜାରି ରହିଛି । ସେଠାରେ ମୃତ୍ୟୁ ବରଣ କରିଥିବା ଚାଷୀ ମାନଙ୍କ ପାଇଁ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଓଡିଶା କୁକୁଡା ଚାଷୀ ସଂଘର ସଭାପତି ଅଶୋକ ପ୍ରଧାନ ଅନୁଷ୍ଠିତ ବୈଠକରେ ସଭାପତିତ୍ୱ କରିଥିଲେ । ରାଜ୍ୟ ସମ୍ପାଦକ ପ୍ରଦ୍ୟୁମ୍ନ ପରିଡା ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଡେଲାଙ୍ଗ ବ୍ଳକ କୁକୁଡା ଚାଷୀ ସଂଘର ସଭାପତି ଗୋପାଳ ସ୍ୱାଇଁ , ସମ୍ପାଦକ ପ୍ରଶାନ୍ତ ପ୍ରଧାନ, ବରିଷ୍ଠ କୁକୁଡା ଚାଷୀ ସଦସ୍ୟ ଆଦିକନ୍ଦରାଉତରାୟ, ରମେଶ ପାଟ୍ଟଶାଣୀଙ୍କ ସହିତ ଶତାଧିକ କୁକୁଡା ଚାଷୀ ଯୋଗଦେଇଥିଲେ । ତୁରନ୍ତ ଫନିରେ କ୍ଷତିଗସ୍ତ ହୋଇଥବା କୁକୁଡା ଚାଷୀ ମାନଙ୍କୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ବୈଠକରେ ଦାବି କରାଯାଇଛି । କୁକୁଡା ଚାଷୀ ସଂଘ ପକ୍ଷରୁ ଡିସେମ୍ବର ମାସ ୩୦ ତାରିଖରେ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଜଣାଇବା ପାଇଁ ନିସ୍ପତି କରାଯାଇଛି । ଶେଷରେ ଗୋପାଳ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୫/୧୨/୨୦୨୦---୯,୪୫