Breaking News

କୁବେଡେଗା ରେ ଶୀତଳ ପାନୀୟଜଳ ଉଦଘାଟନ...



ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ:-ପାନିର୍ ନାଁ ଜୀବନ୍ ଆଏ ,ପିଇଲେ ଢୁକେ ଲାଗ୍ ସି ହାଏ"
ପଦଟି କୁବେଡେଗା ଗ୍ରାମପଞ୍ଚାୟତ ଏକ ସାକାର ସନ୍ଦେଶ ରୂପେ ପ୍ରମାଣିତ ହୋଇଛି। ପଞ୍ଚାୟତ ଅନୁଦାନରେ ଦୁଇଟି ପାନୀୟଜଳ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି।"ପାଏନ୍-ପରବ" ୨୦୨୦ ଭାବେ ପରିଗଣିତ ଉକ୍ତ ସମାବେଶରେ ସ୍ଥାନୀୟ ସରପଞ୍ଚ ବିଷ୍ଣୁ ପ୍ରିୟା ଭୋଇ ସଭାପତିତ୍ୱରେ ମୁଖ୍ୟ ଅତିଥି ବରଗଡ଼ ଲୋକସଭା ସାଂସଦଙ୍କ ପ୍ରତିନିଧି ସୁରେଶ୍ୱର ଶତପଥୀ ଯୋଗଦେଇ ପଞ୍ଚାୟତର କେନ୍ଦ୍ର ସ୍ଥଳରେ ନବ ନିର୍ମିତ ଶୀତଳ ପାନୀୟଜଳ ର ଶୁଭ ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟା କ୍ଷୀରୋଦା ରଣା,ବୟେଜ୍ୟେଷ୍ଠ ନାଗରିକ ମଧୁସୂଦନ ତ୍ରିପାଠୀ ଓ ଜନ୍ମେଜୟ ମିଶ୍ରଙ୍କ ସମେତ ବିଭିନ୍ନ ଗ୍ରାମର ମହିଳା ଓ ପୁରୁଷ ସମବେତ ହୋଇଥିଲେ।ପ୍ରକାଶ ଥାଉକି ଏହା ଦ୍ୱାରା ପ୍ରକଳ୍ପ ପରିସରରେ ଥିବା ଦୁଗ୍ଧ ସମବାୟ ସମିତି,ପ୍ରାଣୀ ଚିକିତ୍ସାଳୟ,ଏ.ଏନ୍.ଏମ୍ ସେଣ୍ଟର ଭଳି ସରକାରୀ ସମେତ ଦୁର୍ଗା ଓ ଜଗନ୍ନାଥ ମନ୍ଦିର, ନିକଟସ୍ଥ ପଡା,ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟକୁ ଆସୁଥିବା ଚାଷୀ,ସାଧାରଣ ଜନତା, ଶ୍ରଦ୍ଧାଲୁ ଭକ୍ତ,ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଆଦି ପ୍ରତ୍ୟେକ ବର୍ଗର ଲୋକେ ଉପକୃତ ହେବେ।ଠିକ ସେହିପରି ଲିମଟିକ୍ରା ଠାରେ ମଧ୍ୟ ପଞ୍ଚାୟତ ଆନୁକୂଲ୍ୟରେ ଏକ ସୋଲାର ପାନୀୟଜଳ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି।ଏଥିରେ ମଧ୍ୟ ନିକଟସ୍ଥ ପଡାର ଆବାଳ ବୃଦ୍ଧ ବନିତା ହରିବୋଲ ହୁଳହୁଳି ଧ୍ୱନୀରେ ପରିବେଶ ମୁଖରିତ ହୋଇଥିଲା।କାର୍ଯ୍ୟକ୍ରମ ର ଆୟୋଜନ ରେ ଉତ୍ପନ୍ନ କୁମାର ଭୋଇ,ସୁସନ୍ ଜିତ ତ୍ରିପାଠୀ, ଗୋପାଳ ବେଶ୍ରା,ରମେଶ କଠାର, ଲିଙ୍ଗରାଜ ପ୍ରଧାନ,ରତନ ତ୍ରିପାଠୀ ପ୍ରମୁଖ ସହଯୋଗୀ ରହିଥିଲେ।
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍ ,୨୯/୧୨/୨୦୨୦----- ୧୦,୦୫

Blog Archive

Popular Posts