Breaking News

କୁମ୍ଭାକାର ମାନଙ୍କର ଓଡଣି ପର୍ବ ଶେଷ


 ସାକ୍ଷୀଗୋପାଳ------ମାଟିପାତ୍ର ନିର୍ମାଣ କରୁଥିବା କୁମ୍ଭାକାର ମାନଙ୍କର ଓଡଣି ପର୍ବ ଶେଷ ହୋଇଯାଇଛି । ଓଡଣି ଷଷ୍ଠି ତିଥିରୁ ଏହି ପର୍ବ ପାଳିତ ହୋଇଥାଏ । ଏହି ପର୍ବ ଏକମାତ୍ର କୁମ୍ଭାକାର ମାନେ ପାଳିଥାନ୍ତି । ରାଜ୍ୟରେ ମହାମାରୀ କରୋନା ଯୋଗୁ ରାଜ୍ୟରେ ଜାରି କରାଯାଇଥିବା କୋଭିଡ- ୧୯ ଆଇନ ଅନୁଯାୟୀ  ପର୍ବ ପାଳନ କରାଯାଇଥିଲା । କେବଳ ଠାକୁରଙ୍କ ନୀତିକାନ୍ତି କରାଯାଇଥିଲା । ବଳପୁର ଗ୍ରାମ ପଞ୍ଚାୟତର ଆନନ୍ଦପୁର ମଦୁଲିସାହି ପକ୍ଷରୁ ଏକ କମିଟି ଗଠନ କରାଯାଇ ଠାକୁର ରୁଦ୍ରପାଳ ମା ରତ୍ନେଶ୍ୱରୀଙ୍କ ମୂର୍ତ୍ତି ନିର୍ମାଣ କରି ବାହ୍ମଣଙ୍କ ଦ୍ୱାରା ପୂଜାପାଠ କରାଯାଇଥିଲା ।  ପ୍ରତିଦିନ ଠାକୁରଙ୍କ ପାଖରେ ଖେଚୁଡି, ଘିଅଅନ୍ନ, ଡାଲି ,ଡାଲାମ. ବେସର, ଶାଗ, ଖଟା, ପୁରୀ, କାକେରା, ଆଦି ସ୍ୱାଦିଷ୍ଟ ଭୋଗ କରାଯାଇଥାଏ । ସଂଧ୍ୟାରେ କୁମ୍ଭାରଙ୍କ ପରିବାର ପକ୍ଷରୁ ମହିଳା ମାନେ ଠାକୁରଙ୍କୁ ବନ୍ଦାପନା କରିବା ସହ କୁରାଳ ପୁରାଣ ପାଠ କରାଯାଇଥାଏ । ଅନୁଷ୍ଠାନର ସଭାପତି ସୁଦାମ ମୁଦୁଲି କହନ୍ତି ଏହି ପର୍ବ ୫ଦିନ ପାଳନ କରାଯାଇଥାଏ । ଏଥିଯୋଗୁ ସମସ୍ତ ମାଟି କାମ ବନ୍ଦ ରହିଥାଏ ।  ଏହି ଦିନ କୁମ୍ଭାର ପରିବାର ପକ୍ଷରୁ ଘର ଦୁଆର ଆଗରେ ପୂର୍ଣ୍ଣକୁମ୍ଭ ବସିବା ସହ ଝୋଟି, ମୁରୁଜ ପକାଯିବା ସହ ପ୍ରଦୀପ ପ୍ରଳ୍ୱଳନ କରାଯାଇଥିଲା । ସତ୍ୟବାଦୀ ବ୍ଳକର ବିଭିନ୍ନ କୁମ୍ଭାକର ସାହି ମାନଙ୍କରେ ଏହି ପର୍ବ ପାଳିତ ହୋଇଯାଇଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts