Breaking News

ସତ୍ୟବାଦୀ ସାହିତ୍ୟ ସଂସଦର ବୈଠକ


 ସାକ୍ଷୀଗୋପାଳ ---- ସତ୍ୟବାଦୀ ସାହିତ୍ୟ ସଂସଦର ବୈଠକ ସାକ୍ଷୀଗୋପାଳ ମୁକ୍ତାକାଶ ରଙ୍ଗ ମଞ୍ଚରେ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଅବସର ପ୍ରାପ୍ତ ଶିକ୍ଷକ ଅଶୋକ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ପ୍ରଶାନ୍ତ ବିଶ୍ୱାଳ ବାର୍ଷିକ ବିବରଣୀ ପାଠ କରିଥିଲେ । ପରେ ପରେ ବୈଠକରେ ଯୋଗ ଦେଇଥିବା କବି ମାନେ ନିଜ ସ୍ୱଚରିତ କବିତା ପାଠ କରିଥିଲେ । କବି ଯୋଗେନ୍ଦ୍ର ନାୟକ, ରଞ୍ଜନ ମିଶ୍ର, କିଶୋର ମହାପାତ୍ର, ଦିଗାମ୍ବର ରଥ, ସମ୍ପୁଣ୍ଣା ନନ୍ଦ ମିଶ୍ର ଓ ନଟବର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ସାହିତ୍ୟ ଓ କବିତା ବଞ୍ଚିରହିବା ପାଇଁ କବିତା ପାଠଓ ସାହିତ୍ୟ ଆସର ନିହାତି ଅବାଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୧୨୩/୨୦୨୦---୭,୫୦

Blog Archive

Popular Posts