Breaking News

ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ୍ ସିଜିନ-୦୬ ; ବ୍ଳୁ ଡାଇମଣ୍ଡ ଓ ସ୍ପୋଟିଙ୍ଗ କ୍ଳବ ବିଜୟୀ


 ଡେଲାଙ୍ଗ --------- ଡେଲାଙ୍ଗ ବ୍ଲକ ଅଧିନସ୍ଥ ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ୍ ସିଜିନ୬ ମ୍ୟାଚ ସୋମନାଥ ଷ୍ପୋଟିଂ ଗ୍ରାଉଣ୍ଡ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ୧୩ତମ ଦିବସର ପ୍ରଥମ ମ୍ୟାଚଟି ବ୍ଳୁ ଡାଇମଣ୍ଡ  ସହିତ ମହାବୀର ଫାଇଟର ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ବ୍ଳୁ ଡାଇମଣ୍ଡ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି  ୨୦ ଓଭର ରେ ୯ ଉଇକେଟ ହରାଇ ୧୮୮ ରନ ସଂଗ୍ରହ କରିଥିଲେ । ଜବାବରେ ମହାବୀର ଫାଇଟର ଦଳ ୨୦ ଓଭରରେ ୯ ଉଇକେଟ ହରାଇ ୧୭୬ ରନ ସଂଗ୍ରହ କରିଥିଲେ ।ଏହି ମ୍ୟାଚଟିକୁ  ବ୍ଳୁ ଡାଇମଣ୍ଡ ୧୨ ରନରେ ବିଜୟୀ ହୋଇଥିଲା ।  ବିକାଶ ପାତ୍ର ଓ ଲିଟୁ ଜେନା ମ୍ୟାଚ ପରିଚାଳନା କରିଥିବା ବେଳେ ସ୍କୋର ରେ ସଂଗ୍ରାମ ଚମ୍ପତି ଓ ପ୍ରତାପ ବରାଳ କାର୍ଯ୍ୟ ତୁଲାଇଛନ୍ତି । ସେହିପରି ୨ୟ ମ୍ୟାଚଟି ସ୍ପୋଟିଙ୍ଗ କ୍ଳବ   ସହିତ ସଂଜୟ ଫାଇଟର ଦଳ ମଧ୍ୟରେ ମ୍ୟାଚ  ହୋଇଥିଲା । ଟସ୍ ଜିତି ସ୍ପୋଟିଙ୍ଗ କ୍ଳବ ୨୦ ଓଭରରେ ୬ ଉଇକେଟ ହାରଇ ୧୨୬ ରନ ସଂଗ୍ରହ କରିଥିଲେ । ଜବାବରେ ସଂଜୟ ଫାଇଟର ଦଳ  ୧୭. ୧ ବଲରେ ସମସ୍ତ  ଉଇକେଟ ହରାଇ ୧୧୧ ରନ ସଂଗ୍ରହ କରିଥିଲେ । । ଏହି ମ୍ୟାଚକୁ ୧୫ ରନରେ ସ୍ପୋଟିଙ୍ଗ କ୍ଳବ ବିଜୟୀ ହୋଇଛନ୍ତି ।  ଲାଲଟ କେଶରୀ ଦଳବେହେରା ଓ ବାସୁଦେବ ରାଉତରାୟ  ମ୍ୟାଚ ପରିଚାଳନା କରିଥିଲେ । ସ୍କୋରର ଭାବେ ଚିକୁ ରାଉତ, ନିରଜ କୁମାର ରାଉତ ରହିଥିଲେ ।   ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି,  ୨୨/୧୨/୨୦୨୦----୯,୧୦

Blog Archive

Popular Posts