ଯୋଡାଲିଙ୍ଗ କଳା ସଂସ୍କୃତି ଓ ସାହିତ୍ୟ ପରିଷଦ ଆନୁକୂଲ୍ୟରେ କବି ସମ୍ମଳନି ଓ ପୁସ୍ତକ ଉନ୍ମୋଚିତ
ସାକ୍ଷୀଗୋପାଳ ---- ଯୋଡାଲିଙ୍ଗ କଳା ସଂସ୍କୃତି ଓ ସାହିତ୍ୟ ପରିଷଦ ପକ୍ଷରୁ ବାଲିପୁଟ ସେଣ୍ଟ ଜାଭିଅର କିଡସ ସଭାଗ ୃହ ପରିସରରେ ପୁସ୍ତକ ଉନ୍ମୋଚିତ ଓକମିସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ନାରାୟଣ ଶତପଥି ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବେ ଜନ୍ମେଜୟ ଦ୍ୱିବେଦୀ, ଡଃ, ଦିଲିପ କୁମାର ସେନାପତି, କବି ଶଙ୍କର ପରିଡା, ଅଜୟ ପ୍ରଧାନ, ମାନସ କୁମାର ମହାପାତ୍ର ଯୋଗଦେଇଥିଲେ । ଜଗନ୍ନାଥଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । କୋଭିଡ-୧୯ ଆଇନ ଅନୁଯାୟୀ କାର୍ଯ୍ୟକ୍ରମ କରାଯାଇଥିଲା । ଶାସ୍ତ୍ରୀ ସ୍ମୃତି ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଓ ଦେଶ ବନ୍ଦନା ଗାନ କରିଥିଲେ । ପରିଷଦର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଫାରକ ସମ୍ପାଦକୀୟ ପାଠ କରିଥିଲେ । ପରେ ପରେ ଶ୍ରୀ ଫାରକଙ୍କ ଦ୍ୱାରା ରଚିତ ଦୁଇ ଗୋଟି ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପଣ କରାଯାଇଥିଲା । ପୁସ୍ତକର ନାମଥିଲା ‘ଅକ୍ଷର ବ୍ରହ୍ମା ‘ଅନ୍ୟଟି’ ଋତୁଚକ୍ର ‘ । ଯୋଗ ଦେଇଥିବା ଅତିଥି ମାନେ ସାହିତ୍ୟ ଓ ପୁସ୍ତକ ଉପରେ ଆଲେଚନା କରିଥିଲେ । ଚିନ୍ମୟ ବିବେକଙ୍କୁ ଗାଁ ମଲ୍ଲୀ ସାରସ୍ୱତ ସମ୍ମାନ, ଅଶୋକ କୁମାର ସାହୁଙ୍କୁ ସଂଗୀତ କଳା ସମ୍ମାନ, ରବୀନ୍ଦ୍ର ନାଥ ଷଡଙ୍ଗୀଙ୍କୁ ଚିତ୍ରକଳା ସମ୍ମାନ ଓବାବୁଲାଲ ରାଉତଙ୍କୁ ପଟ୍ଟଚିତ୍ର କଳା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ଶିକ୍ଷକ ନବଘନ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଦୁଷ୍ମଦ କୁମାର ସାହୁ ଓ ଶିକ୍ଷକ ମହେନ୍ଦ୍ର କୁମାର ଦାଶ ।ସଂଗଠନର ଯୁଗ୍ମ ସମ୍ପାଦକ କୁଞ୍ଜବିହାରୀ ମଲ୍ଲିକ ଅବର୍ତ୍ତମାନରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ମନୋଜ ଦାଶଙ୍କ ଆରୋଗ୍ୟ କାମନା କରି ସମୂହ ପ୍ରାର୍ଥନା କରାଯାଇଥିଲା । ଏଥିରେ କବି ଉମାକାନ୍ତ ମହାପାତ୍ର, ଆଲୋକ କୁମାର ପ୍ରଧାନ, କାମଦେବ ମହାରଣା, ହରେକୃଷ୍ଣ ପ୍ରଧାନୀ, କୃଷ୍ଣଚନ୍ଦ୍ର ରଥ, ସଦାଶିବ ମିଶ୍ର, ସାମାଜ ସେବୀ ପ୍ର‘ୁଲ ମିଶ୍ର, ପରିଷଦର ସଭାପତି ପଣ୍ଡିତ ଗଙ୍ଗାଧର ମିଶ୍ରଙ୍କ ସହିତ ଶତାଧିକ କବି ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ତପସ୍ୱିନୀ ବେହେରା ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୨୨/୧୨/୨୦୨୦----୮୧୧