ପଞ୍ଚାୟତ ପ୍ରିମିୟର ଲିଗ୍ ମ୍ୟାଚ-ସିଜିନ୍୬ ଅନୁଷ୍ଠିତ; ବୁଲ୍ ରାଇଡର ଓ ହ୍ୱାଇଟ ଇଗଲସ ଦଳ ବିଜୟୀ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ପଞ୍ଚାୟତ ହାଇସ୍କୁଲ ପଡିଆରେ ପଞ୍ଚାୟତ ପ୍ରିମିୟର କ୍ରିକେଟ ଲିଗ୍ ମ୍ୟାଚ ସିଜିନ୍ -୬ ଅନୁଷ୍ଠିତ ୪ର୍ଥ ଦିନ ମ୍ୟାଚ ରୟାଲ ଟାଇଗର ସହିତ ବୁଲ୍ ରାଇଡର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟି କରି ରୟାଲ ଟାଇଗର ଦଳ ୧୨ ଓଭରରେ ୫ ଉଇକେଟ ହରାଇ ୧୦୮ ରନ ସଂଗ୍ରହ କରିଥିଲେ । ଜବାବରେ ବୁଲ ରାଇଡର ଦଳ ୯.୫ ଓଭରରେ ୩ ଉଇକେଟ ହରାଇ ୧୦୯ ରନ ସଂଗ୍ରହ କରିଥଲା । ୭ ଉଇକେଟରେ ବୁଲ ରାଇଡର ଦଳ ବିଜୟୀ ହୋଇଥିବା ବେଳେ ମ୍ୟାନ ଅଫ ଦି ମ୍ୟାଚ ଭାବେ ଶୁଭ୍ରଜିତ ତ୍ରିପାଠୀ ଓ ବେଷ୍ଟ କ୍ୟାଚ ଅଫ୍ ଦି ମ୍ୟାଚ ବାପି ପ୍ରଧାନଙ୍କୁ ମନୋନୀତ ହୋଇଥିଲେ । । ସେହିପରି ୨ୟ ମ୍ୟାଚଟି ହ୍ୱାଇଟ ଇଗଲସ ଦଳ ସହିତ ରିଜିଙ୍ଗ ଷ୍ଟାର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରଥମେ ହ୍ୱାଇଟ ଇଗଲସ ଦଳ ବ୍ୟାଟିଂ କରି ୧୨ ଓଭରରେ ୯ ଉଇକେଟ ହରାଇ ୧୩୧ ରନ ସଂଗ୍ରହ କରିଥିଲା । ଜବାରରେ ରିଜିଙ୍ଗ ଷ୍ଟାର ଦଳ ୧୧.୩ ବଲରେ ୧୦ ଉଇକେଟ ହରାଇ ୧୧୭ ରନ କରି ମ୍ୟାଚ କରିଥିଲେ । ଏହି ମ୍ୟାଚକୁ ହ୍ୱାଇଟ ଇଗଲସ ଦଳ ୧୪ରନରେ ବିଜୟୀ ହୋଇଛନ୍ତି । ମ୍ୟାନ ଅଫ ଦି ମ୍ୟାଚ ସୈାମ୍ୟ ସନ୍ଦୀପ ମହାପାତ୍ର ବେଷ୍ଟ ଫିଲ୍ଡର ଅଫ ଦି ମ୍ୟାଚ ଭାବେ ସତ୍ୟ କାନ୍ତ ମଲ୍ଲିକ ମନୋନୀତ ହୋଇଛନ୍ତି । ଅମର ପ୍ରଧାନ ଓ ମଧୁ ସୁଦନ ମହାପାତ୍ର ମ୍ୟାଚ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୩/୧୨/୨୦୨୦---୮,୨୫