

ପିପିଲି --- ପୁରୀ ଜିଲ୍ଲା ପିପିଲି ବ୍ଳକ ଅନ୍ତର୍ଗତ ତେଇଶିପୁର ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଧାନ ମଣ୍ଡି ଉଦଘାଟନ ହୋଇଯାଇଛି । ଏହି ଧାନ ମଣ୍ଡିକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଆନୁଷ୍ଠାନିକ ଭାବେ ଧାନମଣ୍ଡି ଉଦ୍ଘାଟନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ଦାସ ଯୋଗଦେଇ ଧାନ କୁଇଣ୍ଟାଲ ପ୍ରତି ୧୮୬୮ ଟଙ୍କା ଧାର୍ଯ୍ୟ ରହିଛି ମାତ୍ର ଆମକୁ ଧାନ କୁଇଣ୍ଟାଲ ପ୍ରତି ୩୨୨୦ ଟଙ୍କା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇ ରଖିଛନ୍ତି । ଏହା ସହିତ ଯେଉଁ ଚାଷୀ ଆନ୍ଦୋଳନ ଜାରି ରହିଛି ତାହାକୁ ମଧ୍ୟ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି । ଚାଷୀର ଉନ୍ନତି ପାଇଁ ବିଜେଡି ସରକାର ସବୁବେଳେ ଉଦ୍ଦ୍ୟମ ଜାରି ରଖିଛି ବୋଲି କହିଥିଲେ । ଏବଂ ତାଙ୍କର ବଡଭାଇ ତଥା ଦିବଗଂତ ବିଧାୟକ ପ୍ରଦୀପ ମହାରଥୀ ବିନା ଏହା ହେଉଛି ପ୍ରଥମ ସଭା ବୋଲି ଦୁଖଃ ପ୍ରକାଶ କରି କହିଥିଲେ । ଏହି ଅବସରରେ ଦିବଗଂତ ବିଧାୟକ ପ୍ରଦୀପ ମହାରଥୀଙ୍କ ପଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଏକ ମିନିଟି ନିରବ ପ୍ରାର୍ଥନା କରାଯାଇଥିଲା । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗ ଦେଇ ଯେଉଁ ଚାଷୀ ମାନେ ସମବାୟ ସମିତିରେ ନାମ ପଞ୍ଜୀକରଣ କରିଛନ୍ତି ବା ଯେଉଁ ମାନେ ଟୋକେନ ପାଇଛନ୍ତି । ସେମାନେ ସଠିକ ସମୟରେ ସରକାରଙ୍କ ନିୟମ ଅନୁଯାୟୀ ଧାନ ବିକ୍ରୟ କରିବା ପାଇଁ ନିବେଦନ କରିଥିଲେ । ଅନ୍ୟ ପକ୍ଷେ ଯେଉଁ ପଞ୍ଚାୟତ ଗୁଡିକ ବନ୍ୟାରେ କ୍ଷୟକ୍ଷତି ହୋଇଛି ସେ ପଞ୍ଚାୟତ ଗୁଡିକରେ ଧାନ ମଣ୍ଡି ନ ଖୋଲିବା ପାଇଁ ସମବାୟ ସମିତିର ଅଧିକାରୀ ମାନଙ୍କୁ ମନ୍ତ୍ରୀ ଓ ବିଧାୟକ ନିବେଦନ କରିଥିଲେ । ପୁରୀ ଜିଲ୍ଲାରେ ୧୯୦ ଟି ସମବାୟ ସମିତି ଜରିଆରେ ଖରିଫ ଧାନ କିଣା ଯିବା ପାଇଁ ସ୍ଥିର କରାଯାଇଛି । ଏଥିପାଇଁ ୧୭ ଗୋଟି ମିଲର ନିଯୁକ୍ତି ହୋଇଛନ୍ତି । ୫୫ ହଜାର ୬୫୧ ଜଣ ଚାଷୀ ଧାନ ବିକ୍ରୟ କରିବା ପାଇଁ ନାମ ପଞ୍ଜୀକରଣ କରିଥିବା ଉପ ନିବନ୍ଦକ ସମବାୟ ସମିତି ପୁରୀ ଶୁଭକାନ୍ତି ତୁଙ୍ଗଙ୍କ ଠାରୁ ସୁଚନା ମିଳିଛି । ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ନିବନ୍ଧକ, ପୁରୀ ପ୍ରକାଶ ଚନ୍ଦ୍ର ସେଠୀ, ଉପ ସହକାରୀ ନିବନ୍ଧକ ସତ୍ୟଶଙ୍କର ମହାନ୍ତି, ଜିଲ୍ଲା ଯୋଗାଣ ଅଧିକାରୀ ଅମର ମହାପାତ୍ର, ଜିଲ୍ଲା କୃଷି ଅଧିକାରୀ ଅଜୟ କୁମାର ବେହେରା, ସମବାୟବିତ୍ତ ବୈରାଗୀ ଜେନା, ପିପିଲି ବ୍ଳକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ପିପିଲି ବ୍ଳକ ବିଜେଡି ସଭାପତି ପ୍ରଫୁଲ ସ୍ୱାଇଁ, ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାରକମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟ, ପିପିଲି ଯୋଗାଣ ବିଭାଗର ଅଧିକାରିଣି ଲିପିସାରାଣୀ ରାଉତ, ସମବାୟ ସମିତିର ସୁପରଭାଇଜର ପ୍ରଫୁଲ କୁମାର ସ୍ୱାଇଁ , ପିପିଲିବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଆରତ୍୍ରବଦ୍୍ନ ଙ୍କ ସହିତ ବିଭିନ୍ନ ଜନପ୍ରତିନିଧି ମାନେ ଏହି ସଭାରେ ଯୋଗଦେଇଥିଲେ । ପିପିଲି ବ୍ଳକର ଆତ୍ମାର ସଭାପତି ତଥା ତେଇଶିପୁର ସମିତିସଭ୍ୟ ଧରଣୀ ଧର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ସାକ୍ଷୀଗୋପାଳନିୟନ୍ତ୍ରୀତ ବଜାର କମିଟି କାର୍ଯ୍ୟାଳୟର ହିସାବ ନୀରିକ୍ଷକ ଜଗତ ଜ୍ୟୋତି ସାହୁ, ସୁରେନ୍ଦ୍ର ଚରଣ ଦତ୍ତ, ରଘୁନାଥ ବେହେରା, ସନ୍ତୋଷ ରାୟ ପ୍ରମୁଖ ଧାନ କିଣାରେ ସହଯୋଗ କରିଥିଲେ ।ପ୍ରଥମ ଦିନରେ ତେଇଶିପୁର ସମବାୟ ସମିତିରେ ୪ଜଣ ଚାଷୀ ଧାନ ବିକ୍ରୟ କରିଥିଲେ ବୋଲି ସମବାୟ ସମିତିର ସମ୍ପାଦକ ପ୍ରଫୁଲ ଚନ୍ଦ୍ର ପଣ୍ଡାଙ୍କ ଠାରୁ ସୁଚନା ମିଳିଛି । ପିପିଲି ବ୍ଳକର ସମବାୟ ସମ୍ପସାରଣ ଅଧିକାରୀ ସୁରେନ୍ଦ୍ର କୁମାର ଦାଶ ଧନ୍ୟବାଦ ଦେଇଥିଲେ ।


ପିପିଲିରୁ ବିଜୟ କୁମାର ମହାପାତ୍ର , ୨୮/୧୨/୨୦୨୦---୧୦,୫୦