Breaking News

ପିପିଲିରେ ୨୪ତମ ବିଜେଡି ର ପ୍ରତିଷ୍ଠା ଦିବସ ପାଳନ


 ପିପିଲି ------ ପିପିଲି ଓ ଡେଲାଙ୍ଗ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ  ପିପିଲି ସ୍ଥିତ ବିଜେଡି କାର୍ଯ୍ୟଳୟ ନିକଟରେ ୨୪ତମ ବିଜେଡି ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ସକାଳ୯ଘଟିକାରେ ପ୍ରଥମେ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ଧର୍ମପତ୍ନୀ ଡ. ପ୍ରତିଭା ମହାରଥି ଓ ପୁଅ ରୁଦ୍ରପ୍ରତାପ ମହାରଥି ଅନୁଷ୍ଠିତ ସଭାରେ ରହିଥିବା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଓ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ଫଟୋଚିତ୍ରରେ  ପୁଷ୍ପମାଲ୍ୟ ଦେଇଥିଲେ । ତତ୍ ସହିତ ପୁର୍ତ ବିଭାଗ ଡାକ ବଙ୍ଗଳା ନିକଟସ୍ଥ ବିଜୁ ବାବୁଙ୍କୁ ପ୍ରତିମୃର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଭୁବନେଶ୍ୱର ଫେରି ଯାଇଥିଲେ ।  ପିପିଲି ବ୍ଲକ ବିଜେଡି ସଭପତି ପ୍ରଫୁଲ୍ଲ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକାର୍ଯ୍ୟ ଆରମ୍ଭରୁ ବିଜୁ ବାବୁଙ୍କ ଫଟୋଚିତ୍ର ଓ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଦିଆଯାଇଥିଲା । ପ୍ରାରମ୍ଭରୁ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ଅମର ଅମର ଆତ୍ମାର ସଦଗତି ପାଇଁ ପ୍ରତିଷ୍ଠା ଦିବସ ପାଳନରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇ  ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।  ପିପିଲି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ୱାଇଁ ,ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈାରାଗୀ ଜେନା ଓ ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସଂଦ୍ଧ୍ୟାରାଣୀ ବିଶ୍ୱାଳ ଯୋଗଦେଇ ଉପସ୍ଥିତଥିବା କର୍ମିମାନଙ୍କୁ ବିଜୁ ଜନତା ଦଳର ଗଠନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଛ ଶସାନ ସହିତ ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳି ରେ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ କାର୍ଯଧାରା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିପିଲି ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ପୁରୀଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କିଶୋର ଛୋଟରାୟ, ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ,ଜିଲ୍ଲା ବିଜେଡି ସମ୍ପାଦକ ଧରଣୀଧର ସାହୁ,ସତ୍ୟଜିତ ରାୟ ଚୈାଧୁରୀ ଓ ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ତଥା ପୁରୀ ଜିଲ୍ଲା ବିଜେଡି ସମ୍ପାଦକ ପ୍ରସନ୍ନ ସାହୁ,ଜିଲ୍ଲା ବିଜେଡି ଉପସଭାପତି ଦେବାଶିଷ ନନ୍ଦ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ଯୁବନେତା ଆର୍ତବନ୍ଧୁ ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟା ରାଧାମଣୀ ପ୍ରଧାନ,ପିପିଲି ବ୍ଲକ ମହିଳା ବିଜେଡି ସଭାପତି ଜୋସ୍ନାରାଣୀ ପୁଷ୍ଠି,ଡେଲାଙ୍ଗ ବ୍ଲକ ମହିଳା ସଭାନେତ୍ରୀ ବାସନ୍ତି ସାହୁ, ବ୍ଲକ ଯୁବ ବିଜେଡି ସଭାପତି ମନୋଜ ଦାଶ,ଛାତ୍ର ବିଜେଡି ସଭାପତି ସୈାମ୍ୟ ରଞ୍ଜନ ମହାପାତ୍ର ,ପିପିଲି ଏନସି  ପୁର୍ବତନ ଅଧ୍ୟକ୍ଷ ସେକ୍ ବାବୁ,ଯୁବ ବିଜେଡି ସଭାପତି ପ୍ରଫୁଲ୍ଲ ସାହୁ,ଛାତ୍ର ବିଜେଡି ସଭାପତି ଫଜଲ ଖାଁ ,ମହିଳାନେତ୍ରୀ ପ୍ରତିମା ମଲ୍ଲିକ ପୁର୍ବତନ କାଉନସିଲର ଅଜୟ ମହାରଣା ପ୍ରମୂଖଙ୍କ ସହିତ ସରପଂଚ ଓ ସମିତିସଭ୍ୟ ଓ ଜିଲ୍ଲାପରିଷଦ ବରିଷ୍ଠ କର୍ମିମାନେଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

 ପିପିଲିରୁ ବିଜୟ କୁମାର ମହାପାତ୍ର, ୨୭/୧୨/୨୦୨୦, ୩.୦୦

Blog Archive

Popular Posts