Breaking News

"ପରୀ "କୁ ନ୍ୟାୟ ଦେବା ଦାବିରେ ବିଜେପି ର ପଦଯାତ୍ରା



ଜଟଣୀ ---ନୟାଗଡ଼ ଯଦୁପୁରର  କୁନିଝିଅ "ପରୀ "କୁ ନ୍ୟାୟ ଦାବିରେ ପ୍ରଭୁ ଲିଙ୍ଗରାଜ ମହାଦେବଙ୍କ ଠାରୁ ଆରମ୍ଭ ହୋଇଥିବା ବିଜେପିର ପଦଯାତ୍ରା ଆଜି ଅପରାହ୍ନ 3 ଘଣ୍ଟା ସମୟରେ ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯାଅଁଳା ସ୍ଥିତ ବାଟଭୁଆଶୁଣି ମନ୍ଦିର ଠାରେ ପହଞ୍ଚିଥିଲା । ଏହି ପଦଯାତ୍ରାରେ ବିଜେପିର ଶତାଧିକ କର୍ମକର୍ତ୍ତା, ବିଜେପି ମହିଳାମୋର୍ଚ୍ଚା, ବିଜେପି ଯୁବମୋର୍ଚ୍ଚା ସାମିଲହୋଇଥିଲେ ।
ଏହି ଅବସରରେ ସ୍ଥାନୀୟ ବିଜେପି ବିଧାୟକ ପାର୍ଥୀ ବିଶ୍ୱରଂଜନ ବଡ଼ଜେନା ସଭାପତିତ୍ୱରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟବକ୍ତା ସୁଦୀପ୍ତ ରାୟ, ଯତୀନ ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ପୂର୍ବତନ ସତ୍ୟବାଦୀ ବିଧାୟକ ରମାରଞ୍ଜନ ବଳିଆଳ ସିଂହ, ରଶ୍ମିମୟୀ ପଟନାୟକ, ସାଂସଦ ପ୍ରତିନିଧି ବାଇନ ପ୍ରଧାନ ପ୍ରଭୁତି ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ଶେଷରେ ଯାଆଁଳାଠାରୁ ସାରୁଅ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।
ଜଟଣୀ -ରଙ୍ଗନାଥ ବେହେରା । ୨୨/୧୨/୨୦୨୦---୩,୪୦

Blog Archive

Popular Posts