ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାମ ପରିବର୍ତ୍ତନ ନେଇ ବ୍ଲକ ସମ୍ମୁଖରେ ଧାରଣା ଦେଲା ବିଜେପି
ଡେଲାଙ୍ଗ ------ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ଡେଲାଙ୍ଗ ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ବିଜେଡି ସରକାର ବିଜୁ ପକ୍କାଘର ଯୋଜନାରେ ନାମିତ କରିଥିବାରୁ ଦଳ ପକ୍ଷରୁ ପ୍ରତିବାଦ ସଭା କରାଯାଇ ଧାରଣା ଦିଆଯାଇଛି ।ଏହି ଅବସରରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଘୋରଡିଆ ବିଜେପି ମଣ୍ଡଳ ସଭାପତି ଲଡୁ କିଶୋର ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୁରୀ ଜିଲ୍ଲ୍ା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ,ଉପସଭାପତି ଜନ୍ମେଜୟ ଜେନା,ବେରବୋଇ ମଣ୍ଡଳ ସଭାପତି ସୁଧାଂଶୁ ଶେଖର ପରିଡା,ଗଡ ମୋଟରୀ ମଣ୍ଡଳ ସଭାପତି ଶ୍ୱେତ କୁମାର ନାୟକ,ଘୋରଡିଆ ମଣ୍ଡଳ ମହିଳା ମୋର୍ଚ୍ଚା ବିଜେପି ସଭାନେତ୍ରୀ ସୁମିତ୍ରା ମହାପାତ୍ର,ବେରବୋଇ ମଣ୍ଡଳ ସଭାନେତ୍ରୀ ସୁକାନ୍ତି ସାହୁ,ଗଡମୋଟରୀ ମଣ୍ଡଳ ସଭାନେତ୍ରୀ ଭାରତୀ ପରିଡା ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାମକୁ ରାଜ୍ୟ ବିଜେଡି ସରକାର ନାମ ପରିବର୍ତନ କରି ବିଜୁ ପକ୍କାଘର ଯୋଜନା ନାମରେ ନାମିତ କରି ସାଧାରଣ ଲୋକଙ୍କୁ ଠକି ଚାଲିଛନ୍ତି । ଗରୀବ ଅର୍ଥ କୁ ଅନ୍ୟ ବାଟରେ ଖର୍ଚ୍ଚ କରିବା,ଦରଦାମ ବୃଦ୍ଧିର ନିୟନ୍ତ୍ରଣ ନରଖିବା ଓ ଶୀତଳ ଭଣ୍ଡାରର ଅଚଳାବସ୍ଥାକୁ ଦୁର ନକରିବା ଆଦି ଦାବି ଆଣି ବିଜେପି କର୍ମକର୍ତ୍ତାମାନେ ବିଜେଡି ସରକାରଙ୍କ ବିରୁଧରେ ନାରାବାଜି ଦେଇଥିଲେ । ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ପକ୍କାଘର ର ଚିରୁକୁଟିକୁ ପୋଡିବା ସହିତ ବିଡିଓଙ୍କ ଦଳିୟ ପକ୍ଷପାତିତା କାର୍ଯ୍ୟକଳାପ ଉପରେ ଅଙ୍ଗୁଳି ନିଦ୍ଦେର୍ଶ କରିଥିଲେ । ଆଗାମି ଦିନରେ ବିଡିଓଙ୍କୁ ବ୍ଲକ କାର୍ଯ୍ୟାଳୟ ପ୍ରବେଶକୁ ବିରୋଧ କରାଯିବ ବୋଲି ଏହି କାର୍ଯ୍ୟକ୍ରମରେ ବିଜେପି ଦଳ ପକ୍ଷରୁ ଚେତାବନି ଦିଆଯାଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୩୦/୧୨/୨୦୨୦----୬,୧୫