ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିଲା
ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲାର ଅନ୍ୟତମ ବୈଷ୍ଠବକ୍ଷେତ୍ର ସାକ୍ଷୀଗୋପାଳ । ଏଠାରେ ପ୍ରଭୁ ଗୋପିନାଥଙ୍କ ସହ ମା ରାଧା ପୂଜା ପାଇ ଆସୁଛନ୍ତି । ମହାମାରୀ କରୋନା ଯୋଗୁ ୯ ମାସ ମନ୍ଦିର ଭକ୍ତ ମାନଙ୍କ ପାଇଁ ବନ୍ଦ କରାଯାଇଥିଲା । ଏପରିକି ଭକ୍ତ ଓ ଠାକୁରଙ୍କ ମଧ୍ୟରେ କରୋନା ଫାଟ ସୃଷ୍ଟି କରି ଦେଇଥିଲା । ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୁରୀ ମନ୍ଦିର ସେବାୟତ ମାନଙ୍କ ପାଇଁ ଖୋଲା ଯାଇଥିବା ବେଳେ ସତ୍ୟବାଦୀରେ ଗୋପିନାଥ ଦେବଙ୍କ ମନ୍ଦିର ସମସ୍ତଙ୍କ ପାଇଁ ଖୋଲା ଯାଇଛି । ପ୍ରଥମ ଦିନରେ ସ୍ଥାନୀୟ ଜନସାଧାରଣ ଓ କିଛି ବାହାର ଭକ୍ତ ଠାକୁରଙ୍କୁ ଦର୍ଶନ କରିବା ସହ ତାଙ୍କର ମନ କଥା କହିଛନ୍ତିି । ସାକ୍ଷୀଗୋପିନାଥଙ୍କ ସେବାୟତ ମାନେ ମନ୍ଦିର ଖୋଲିବା ପରେ ବହୁତ ଖୁସି ରହିଛନ୍ତି । ଆଗକୁ ବଡଦିନ ଓ ନୂଆବର୍ଷ ଥିବାରୁ ସେବାୟତ ମାନଙ୍କ ପକ୍ଷରୁ ଭକ୍ତ ମାନଙ୍କ ପାଇଁ ସେବାୟତ ସଂଘ ଓ ମନ୍ଦିର ପ୍ରଶାସନ ସଜାଗ ରହିଛି ଏଣୁ ଏଠାକୁ ଭକ୍ତ ମାନେ ଆସିବା ପାଇଁ ସେବାୟତ ସଂଘର ସଭାପତି ରାମଚନ୍ଦ୍ର ମହାପାତ୍ର ନିବେଦନ କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୧୨/୨୦୨୦---୭,୪୦