ପଞ୍ଚାୟତ ପ୍ରିମିୟର ଲିଗ୍ ମ୍ୟାଚ-ସିଜିନ୍୬ ଅନୁଷ୍ଠିତ ; ବ୍ଳୁ ରାଇଡର ଓ ଫ୍ଲାଇଙ୍ଗ ଡଲଫିନ ଦଳ ବିଜୟୀ
ଡେଲାଙ୍ଗ ---- ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ପଞ୍ଚାୟତ ହାଇସ୍କୁଲ ପଡିଆରେ ପଞ୍ଚାୟତ ପ୍ରିମିୟର କ୍ରିକେଟ ଲିଗ୍ ମ୍ୟାଚ ସିଜିନ୍ -୬ର ରବିବାର ଅଷ୍ଟମ ଦିବସ । ପ୍ରଥମ ମ୍ୟାଚ ହ୍ୱାଇଟ ଇଗଲସ ସହିତ ବ୍ଳୁ ରାଇଡର ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରଥମେ ହ୍ୱାଇଟ ଇଗଲସ ଦଳ ୧୨ ଓଭରରେ ୫ ଉଇକେଟ ହରାଇ ୧୪୯ ରନ ସଂଗ୍ରହ କରିଥିଲେ । ଜବାବରେ ବ୍ଳୁ ରାଇଡର ଦଳ ୯.୫ ଓଭରରେ ୨ ଉଇକେଟ ହରାଇ ୧୫୦ ରନ ସଂଗ୍ରହ କରିଥଲା ବ୍ଳୁ ରାଇଡର ଦଳ୮ ଉଇକେଟରେ ବିଜୟୀ ହୋଇଥିଲା । ମ୍ୟାନ ଅଫ ଦି ମ୍ୟାଚ ଭାବେ ଶୁଭ୍ରଜିତ ତ୍ରିପାଠୀ ଓ ବେଷ୍ଟ କ୍ୟାଚ ଅଫ୍ ଦି ମ୍ୟାଚ ଗଣେଷ ବରାଳ ମନୋନୀତ ହୋଇଥିଲେ । ଗଣେଷ ସ୍ୱାଇଁ ଓ ଅମିୟ ନାୟକ ମ୍ୟାଚ ପରିଚାଳନା କରିଥିଲେ । ସେହିପରି ୨ୟ ମ୍ୟାଚଟି ଫ୍ଲାଇଙ୍ଗ ଡଲଫିନ କ୍ରିକେଟ କ୍ଳବ ସହିତ ଡବଲ ଲାୟନ୍ସ କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ଫ୍ଲାଇଙ୍ଗ ଡଲଫି୍ନ ଦଳ ବ୍ୟାଟିଂକରି ୧୨ ଓଭରରେ ସମସ୍ତ ଉଇକେଟ ହରାଇ ୧୫୮ ରନ ସଂଗ୍ରହ କରିଥିଲା । ଜବାରରେ ଡବଲ ଲାୟନ୍ସ ଦଳ ୧୨ ଓଭରରେ ୫ ଉଇକେଟ ହରାଇ ୧୨୯ ରନ କରିଥିଲେ । ମ୍ୟାଚଟିକୁ ଫ୍ଲାଇଙ୍ଗ ଡଲଫିନ ଦଳ ୨୯ ରନରେ ବିଜୟୀ ହୋଇଛନ୍ତି । ମ୍ୟାନ ଅଫ ଦି ମ୍ୟାଚ ସୁଧାକର ପ୍ରଧାନ ଓ ବେଷ୍ଟ ଫିଲ୍ଡର ଅଫ ଦି ମ୍ୟାଚ ଭାବେ ନିବାସ ମେଣ୍ଟା ମନୋନୀତ ହୋଇଛନ୍ତି । ଅମିୟ ନାୟକ ଓ ଗଣେଷ ସ୍ୱାଇଁ ମ୍ୟାଚ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୭/୧୨/୨୦୨୦--- ୭,୫୫