Breaking News

ପ୍ରଦୀପ ମହାରଥୀ ମେମୋରିଆଲ କ୍ରିକେଟ କପ୍ ୨ୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ; ସୁପର ଓଭର ମ୍ୟାଚରେ ଫାଇନାଲକୁ ପ୍ରବେଶ କଲା ସିଡିଏ ଲାୟନ୍ସ କଟକ ଦଳ


 ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ହରିରାଜପୁର ଗ୍ରାମ ପଞ୍ଚାୟତର ସୋମନାଥ ଦେବଙ୍କ ପଡିଆରେ ପ୍ରଦୀପ ମହାରଥୀ ମେମୋରିଆଲ କ୍ରିକେଟ କପ-୨୦୨୦ ସୋମବାର ଦିନ ୨ୟ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ୨ୟ  ସେମି ଫାଇନାଲ ମ୍ୟାଚ ସିଡିଏ ଲାୟନ୍ସ କଟକ ଦଳ ସହିତ ରୋରେର ଲାୟନ୍ସ ଖୁଦୁପୁର ଦଳ ଭିତରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି ସିଡିଏ ଲାୟନ୍ସ କଟକ ଦଳ ପ୍ରଥମ ବ୍ୟାଟିଂ ନିଷ୍ପତି ନେଇଥିଲେ । ୧୯ ଓଭର ରେ ସମସ୍ତ ଉଇକେଟ ହରାଇ ୨୦୦ ରନ ସଂଗ୍ରହ କରିଥିଲେ ।  ଜବାବରେ ରୋରେର ଲାୟନ୍ସ ଖୁଦୁପୁର ଦଳ ୨୦ଓଭରରେ ୮ ଉଇକେଟ ହରାଇ ୨୦୦ ରନ ସଂଗ୍ରହ କରିଥିବା ବେଳେ ମ୍ୟାଚଟି ଟାଇ ହୋଇଥିଲା । ଶେଷରେ ଉଭୟ ଦଳଙ୍କ ପାଇଁ ସୁପର ଓଭର ଖେଳ ଅନୁଷ୍ଠିତ ହୋଇଥିଲା ।ସୁପର ଓଭର ମ୍ୟାଚରେ ରୋରେର ଲାୟନ୍ସ ଦଳ ପ୍ରଥମେ ବ୍ୟାଟିଂକରି ଏକ ଓଭରରେ ୧ଉଇକେଟ ହରାଇ ୧୬ ରନ କରିଥିଲେ । ତାର ଜବାବରେ ସିଡିଏ ଲାୟନ୍ସ ଦଳ ୧୯ ରନ କରି ମ୍ୟାଚ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲେ ।  ନିରୋଜ କୁମାର ରାଉତ ଓ ଶୂଭମ ପାଟ୍ଟଶାଣୀ ମ୍ୟାଚ ପରିଚାଳନା କରୁଥିବା ବେଳେ ସ୍କୋରର ଭାବେ ରାକେଶ ପ୍ରଧାନ ଓ ଅଶୋକ ମହାରଣା ରହିଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୮/୧୨/୨୦୨୦----୧୦,୩୦

Blog Archive

Popular Posts