ବିଦ୍ୟୁତ ବିଲ ସଂଶୋଧନ କ୍ୟାମ୍ପରେ କରୋନା କଥା ଅଧିକାରୀଙ୍କ ଠାରୁ ଜନସାଧାରଣ ଭୁଲି ଗଲେ
ସାକ୍ଷୀଗୋପାଳ -----ସାକ୍ଷୀଗୋପାଳ ପାନ୍ଥଶାଳା ପରିସରରେ ସତ୍ୟବାଦୀ ବିଦ୍ୟୁତ ବିଭାଗ ପକ୍ଷରୁ ଏକ ବିଦ୍ୟୁତ ବିଲ ସଂଶୋଧନ କ୍ୟାମ୍ପର ଆୟାଜନ କରାଯାଇଥିଲା । ରାଜ୍ୟ ସରକାରଙ୍କ ଗାଁ ଚାଲ ଅଭିଯାନ ଯୋଜନାରେ ପ୍ରଥମ କରି ସତ୍ୟବାଦୀରେ ଏହି କ୍ୟାମ୍ପର ଆୟୋଜନ କରାଯାଇଥିଲା । ସତ୍ୟବାଦୀ ବ୍ଳକର ପ୍ରାୟ ୨୪ଟି ଗ୍ରାମ ପଞ୍ଚାୟତରୁ ଶହ ଶହ ଲୋକମାନେ ସେମାନଙ୍କର ବିଦ୍ୟୁତ ବିଲ ସଂଶୋଧନ କରିବା ପାଇଁ ଏହି କ୍ୟାମ୍ପରେ ଉପସ୍ଥିତ ରହିଥିଲେ । ମାତ୍ର ଉକ୍ତ କ୍ୟାମ୍ପରେ କରୋନା ପାଇଁ କାହାରି ଚିନ୍ତା ନଥିଲା । ମୁହଁରେ ମାସ୍କ ନଥିବା ବେଳେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ସେପରି କିଛି ବନ୍ଦୋବସ୍ତ କରାଯାଇନଥିଲା । ବିଦ୍ୟୁତ ବିଭାଗର ସତ୍ୟବାଦୀ ଡିଭିଜନର ଏସଡିଓଙ୍କ ସହିତ ଦୁଇ ଜେଇ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୧୨/୨୦୨୦---୭,୪୫