Breaking News

ବେଆଇନ ଗୋ ଚାଲଣ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବିରେ ପୁଲିସ ମହାନିର୍ଦ୍ଧେଶକଙ୍କୁ ଏକ ଦାବି ପତ୍ର ପ୍ରଦାନ

 


 ସାକ୍ଷୀଗୋପାଳ-----  ପୁରୀ ଜିଲ୍ଲାରେ ବେଆଇନ ଗୋ ଚାଲଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ପୁରୀ ଆରକ୍ଷୀ ଅଧିକ୍ଷଙ୍କ ଜରିଆରେ ପୁଲିସ ମହାନିର୍ଦ୍ଧେଶକଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।  ଶ୍ରୀ ଶ୍ରୀ ଗୋବିନ୍ଦଜୀଉ ଗୋଶାଳାର ସଭାପତି ମହେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ସମ୍ମୁଖରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଠାରୁ ମଟର ସାଇକେଲ ଶୋଭାଯାତ୍ରା ବାହାରି ପୁରୀ ଆରକ୍ଷୀ ଅଧିକ୍ଷଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ବିଶେଷକରି ବେଆଇନ ଭାବେ ଯେଉଁପରି ଗୋଚାଲାଣ ଓ ଗୋହତ୍ୟା କରାଯାଉଛି ତାହାକୁ ଏବେ ରୋକିବାର ସମୟ ଆସିଛି । ନଚେତ ଆଗାମୀ ଦିନରେ ମହାମାରୀ କରୋନା ପରି ଆଉ ଅନେକ ମହାମାରୀ ରୋଗ ଆକ୍ରନ୍ତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏପରିକି କେତେକ ଗୋ ଚାଲାଣ କାରୀ ମାନେ ମାନସିକ ବିକୃତି ପରି ପ୍ରମାଣପତ୍ର ଦେଖାଇ ଖସି ଯାଉଥିବା ଜଣାପଡିଛି । ଅନ୍ୟ ପକ୍ଷେ ପୋଲିସ ସେମାନଙ୍କ ପରୋକ୍ଷ ଭାବେ ସହଯୋଗ କରୁଥିବା ଅଭିଯୋଗ ମାନ ହୋଇଛି । ତୁରନ୍ତ ଏହି ବେଆଇନ ଗୋ ଚାଲଣା କାରି ମାନଙ୍କ ବିରୁଦ୍ଧରେ ଦୃଡ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କୁ ଗୋସୁରକ୍ଷା  ଓ ଗୋବିନ୍ଦଜୀଉ ଗୋଶାଳା ର ସଭାପତି ନିବଦେନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ରାମ ଚନ୍ଦ୍ର ସ୍ୱାଇଁ, ତିରୁପତି ଜେନା, ଆଶିଷ କୁମାର ନାୟକ, ଅରବିନ୍ଦ ଦାସ, ସୁଧାକର ଜେନା, ବିଶ୍ୱମ୍ବର ଜେନା, ଫଗୁ ଚରଣ ପରିଡା, ଭିକାରୀ ଚରଣ ଜେନା, ମନୋଜ କୁମାର ପାଣି, ନରୋତ୍ତମ ପ୍ରଧାନ, ବିଶ୍ୱନାଥ ବେହେରା, ନରସିଂହ ବିଶ୍ୱାଳ, ସୂର୍ଣ୍ଣଲତା ବିଶ୍ୱାଳ ପ୍ରମୁଖ ଏହି ମଟର ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୧୨/୨୦୨୦--୧୦, ୫୦

Blog Archive

Popular Posts