>>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • >>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • >>
  • ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
  • ନୋଳିଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପୁରାତନ ବନ୍ଧୁ ମିଳନ


    ପାରାଦ୍ୱୀପ - ପାରାଦ୍ୱୀପ ପୌରପରିଷଦ ଅନ୍ତର୍ଗତ ଷଣ୍ଢକୁଦ ଠାରେ ଅବସ୍ଥିତ ନୋଳିଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଏକ ପୁରାତନ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁବାଳା ସାହୁ ଙ୍କ ତତ୍ୱାବଧାନରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ସି ଆର ସି ସି ସୁକାନ୍ତ ସ୍ୱାଇଁ, ବିଦ୍ୟାଳୟ ର ଶିକ୍ଷକ ତପନ କୁମାର ବିନ୍ଧାଣି, ଶାନ୍ତିଲତା ମିଶ୍ର, ପ୍ରଶାନ୍ତ କୁମାର ପରିଡା, ନିଶିକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ମୋ ସ୍କୁଲ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଉନ୍ନତି କରଣ ଓ ସରକାର ଙ୍କ ବିଦ୍ୟାଳୟ ନିୟମ ଅନୁଯାୟୀ ବିଭିନ୍ନ ଛାତ୍ର କଲ୍ୟାଣ କାର୍ଯ୍ୟ ଅନୁଯାୟୀ କିପରି ଶିଶୁ ମାନେ ପାଠ ପଢା ପ୍ରତି ଆକୃଷ୍ଟ ହେବେ ଓ ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ମାନେ ପାଠପଢା ରେ ଉନ୍ନତି କରିବେ ସେ ବିଷୟରେ ଆଲୋଚନା କରିଥିଲେ । "ଆଜିର ଶିଶୁ କାଲିର ଭବିଷ୍ୟତ " ତେଣୁ ଶିକ୍ଷା କ୍ଷେତ୍ରରେ ପିଲାମାନଙ୍କୁ କିପରି ପାଠ ପଢ଼ାଇଲେ ସେମାନେ ପାଠ ପଢା ପ୍ରତି ଆକୃଷ୍ଟ ହୋଇ ଆଗକୁ ଯାଇପାରିବେ ଓ ଆସନ୍ତା କାଲିର ଭବିଷ୍ୟତ ହୋଇ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହୋଇ ସମାଜ ମଙ୍ଗଳ ରେ ନିଜକୁ ସାମିଲ କରିବେ ସେବିଷୟରେ ପ୍ରଧାନ ଶିକ୍ଷୟିତ୍ରୀ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର 1991 ବ୍ୟାଚ ର ଛାତ୍ର, ଛାତ୍ରୀ ମାନେ ଅଂଶଗ୍ରହଣ କରି ବିଦ୍ୟାଳୟର ଉନ୍ନତି କରଣ ରେ ପୁରାତନ ଛାତ୍ର, ଛାତ୍ରୀ ମାନେ କିପରି ଯୋଗଦାନ କରିପାରିବେ ସେ ବିଷୟରେ ନିଜ ନିଜର ଅଭିବ୍ୟକ୍ତ ପ୍ରଦାନ କରିଥିଲେ । ପୁରାତନ ଛାତ୍ର ନିମାଇଁ ସ୍ୱାଇଁ ଙ୍କ ପ୍ରଚେଷ୍ଟା ରେ ଅନୁଷ୍ଠିତ ହୋଇଥିବା ଏହି ବନ୍ଧୁ ମିଳନରେ ବାସୁଦେବ ପଟ୍ଟନାୟକ, ଉଷାରାଣି ସାହୁ, ବବିତା ସାହୁ, ଖୋକନ ଗିରି, ଚନ୍ଦନେଶ୍ୱର ମଣ୍ଡଳ, ଅକୁନା ସାହୁ ସଂଗ୍ରାମ କୁମାର ଓଝା ପ୍ରମୁଖ ଯୋଗ ଦେଇ ସ୍କୁଲ ର ପୁରାତନ ଗୃହ ଛାଡି ନୂତନ ଗୃହ ପ୍ରବେଶ କୁ ସ୍ୱାଗତ କରିବା ସହ ଆଗାମୀ ଦିନରେ ପୁରାତନ ଛାତ୍ର, ଛାତ୍ରୀ ମାନେ ଏକାଠି ହୋଇ ସ୍କୁଲ ର ବିଭିନ୍ନ କାର୍ଯ୍ୟକ୍ରମ ରେ ସାମିଲ ହେବାପାଇଁ ଅନୁରୋଧ କରିଥିଲେ । 
    ଜଗତସିଂହପୁର ରୁ ପ୍ରଳୟ ମହାପାତ୍ର,୨୬/୧୨/୨୦୨୦-----୬,୪୫

    Blog Archive

    Popular Posts