ପଟ୍ଟନାୟିକିଆ- ସୁଆଣ୍ଡୋ ରାସ୍ତା କାମ ଆରମ୍ଭ
ସାକ୍ଷୀଗୋପାଳ------ ରାଜ୍ୟ ସରକାର ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମପୀଠର ଉନ୍ନତି କରଣ ନିମେନ୍ତ ବିହିତ ପଦକ୍ଷେପ ନେଇଛନ୍ତି । ଏହି ଅବସରରେ ପଟ୍ଟନାୟିକିଆ- ସୁଆଣ୍ଡୋ ରାସ୍ତା କାମ ଅଧାରେ ଅଟକି ରହିଥିଲା । ଯାହାକି ରାସ୍ତାରେ ମେଣ୍ଟାଲ ଗଡୁଥିଲା । ଏ ସମ୍ପର୍କରେ ଖବର ପ୍ରସାରିତ ହେବା ପରେ ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂହ ଏହି ଖବର ଉପରେ ଗୁରୁତ୍ୱ ଦେଇ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ଉକ୍ତ ରାସ୍ତା କାମ ଶେଷ କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ମୁନିନ୍ଦା ଠାରୁ ପିଚୁ ପଡିବା ସହ ବଳପୁର ନିକଟ ସାକ୍ଷୀଗୋପାଳ ବାଞ୍ଚ କେନାଲରେ ବ୍ରିଜ କାମ ଯୋରସୋର ଚାଲିଛି । ଅନ୍ୟ ପକ୍ଷେ ଭାର୍ଗବୀ ନଦୀ ବନ୍ଧ କାମ ସଫେଇ ଚାଲିଛି । ଏ ସର୍ମ୍ପକରେ ସତ୍ୟବାଦୀ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ସତ୍ୟବାଦୀ ଡିଭିଜନର ଜେଇ ମନୋଜ କୁମାର ନାୟକ କହନ୍ତି ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ରାସ୍ତା କାମ ଯୁଦ୍ଧକାଳୀନ ମଧ୍ୟରେ ଆରମ୍ଭ ହୋଇଛି । ପ୍ରାୟ ଏକ ମାସ ମଧ୍ୟରେ ରାସ୍ତା କାମ ଶେଷ ହୋଇଯିବ ବୋଲି କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୧୨/୨୦୨୦---୧୦,୧୦