
ଡେଲାଙ୍ଗ---- ଓଡିଶା ପ୍ରସିଦ୍ଧ ପୁରୀ ଜିଲ୍ଲାର ହରିରାଜପୁର ବାବା ପଶ୍ଚିମାସମ୍ଭୁ ସୋମନାଥ ଦେବଙ୍କ ନିକଟସ୍ଥ ଶଶ୍ମାନ ପଡିଆରେ ୬୦ଫୁଟ ଉଚ୍ଚତାର ଏକ ଶିବ ମୃର୍ତ୍ତିି ସ୍ଥାପନ ପାଇଁ ଆଜି ସକାଳ ୭ଟାରେ ଭୁମି ପୁଜା ଅନୁଷ୍ଠିତ ହୋଇଯାଇଛି । ଏହା ଓଡିଶାରେ ବୋଧେ ପ୍ରଥମ ଉଚ୍ଚତା ବିଶଷ୍ଟ ଶିବ ମୂର୍ତ୍ତି । ସୋମନାଥ ଦେବଙ୍କ ନୀତିକାନ୍ତି ସରିବା ପରେ ଆଜ୍ଞା ମାଳା ସହିତ ମନ୍ଦିର ପରିସରରେ ଥିବା ତିର୍ଥ ନୀଳ ପୁଷ୍କରଣିରୁ କଳସ ବୁଡା ଯାଇ ସ୍ରୋତୀୟ ବାହ୍ମଣଙ୍କ ଦ୍ୱାରା ପୂଜା ପାଠ କରାଯାଇଥିଲା । ଏକ ବର୍ଣ୍ଣାଢ୍ୟ ସମାବେଶରେ ଘଣ୍ଟ,ଘଣ୍ଟି,ତ୍ରାସ,ଛତି,ଶଂଖ ଓ କାହାଳୀ ,ବାଦ୍ୟ, ବାଣ ଫୁଟାଯାଇ ମୃର୍ତ୍ତିି ସ୍ଥାପନ ସ୍ଥାନକୁ ଅଣାଯାଇଥିଲା । ପଣ୍ଡିତ ଅଭିମନ୍ୟୁ ପଣ୍ଡା ତାଙ୍କ ସହଯୋଗୀ ଦିଲ୍ଲପ କୁମାର ମିଶ୍ର ଓ କେଶବ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ମୃର୍ତ୍ତି ସ୍ଥାପନ ପାଇଁ ଭୁମି ପୁଜାର ହୋମ ଯଜ୍ଞ କାର୍ଯ୍ୟ କରାଯାଇଥିଲା । ମନ୍ଦିର ପୁରୋହିତ ଉପେନ୍ଦ୍ର ନାଥ ପଣ୍ଡାଙ୍କ ପୈାରହିତରେ ଅନୁଷ୍ଠିତ ମୃିିର୍ତ୍ତି ସ୍ଥାପନ ଭୁମିପୁଜାରେ କର୍ତ୍ତିଭାବେ ଅଭିପ୍ସା ସୁନ୍ଦରାୟ ଓ କର୍ତ୍ତାଭାବେ ସରୋଜ ସ୍ୱାଇଁ ଏହି କାର୍ଯ୍ୟ ତୁଲାଇଛନ୍ତି । ମୃର୍ତ୍ତିି ନିର୍ମାଣ ଶିଳ୍ପି ରମାକାନ୍ତ ମହାପାତ୍ର ଏହିଭୁମିପୁଜା କାର୍ଯ୍ୟରେ ଉପସ୍ଥିତ ରହିଥିଲେ । ଏହି ମୂର୍ତ୍ତି ନିର୍ମାଣ ପାଇଁ ପ୍ରାୟ ୩ କୋଟି ବ୍ୟୟ ଅଟକଳ ମୁଲ୍ୟରେ ୫ ଏକର ଜମି ଜାଗାରେ୬୦ଫୁଟ ଉଚ୍ଚତା ବିଶିଷ୍ଟ ବିରାଟକାୟ ଶିବ ମୃର୍ତ୍ତି ସ୍ଥାପନ କରାଯିବ ଓ ପାର୍କ ନିର୍ମାଣ କରିବା ଲକ୍ଷ୍ୟ ରହିଥିବା ହରିରାଜପୁର ପଞ୍ଚାୟତ ପୁର୍ବତନ ସରପଞ୍ଚ ପ୍ରସନ୍ନ ମହାରଥି ସୁଚନା ଦେଇଛନ୍ତି ।ଏହି ଉତ୍ସବରେ ଭୁବନେଶ୍ୱର ପୁର୍ବତନ ସାଂସଦ କବି ପ୍ରସନ୍ନ ପାଟ୍ଟଶାଣୀ,ଜଟଣି ର ପୁର୍ବତନ ବିଧାୟକ ବିଭୁତୀ ଭୁଷଣ ବଳବନ୍ତରାୟ,ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜ,ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟ.କ୍ରିଡାବିତ୍ ବିକାଶ ପଟ୍ଟନାୟକ,ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ଜିଲ୍ଲା ପରିଷଦ ସଭ୍ୟ ମଳୟ ମହାନ୍ତି ,ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ ପ୍ରମୁଖଙ୍କ ସହିତ ବହୁମାନ୍ୟ ଗଣ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପୁରୀରୁ ବିଭିନ୍ନ ମଠ ଓ ମନ୍ଦିରରୁ ସାଧୁ ସନ୍ଥ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଞ୍ଚଳିକ ବିଶାଳ ଶିବମୂର୍ତ୍ତି ନିର୍ମାଣ ଓ ସ୍ଥାପନ କମିଟି ହରିରାଜପୁରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ସଭାପତି ବିକ୍ରମ କେଶରୀ ପ୍ରଧାନ ଉପସଭାପତି ପ୍ରଶାନ୍ତ କୁମାର ମଙ୍ଗରାଜ ଓ ସମ୍ପାଦକ ସରୋଜ ସ୍ୱାଇଁ ,ସହ ସମ୍ପାଦକ ଆଶୋକ ସାମନ୍ତରାୟ ,ପୁର୍ବତନ ସରପଞ୍ଚ ପ୍ରସନ୍ନ ମହାରଥି ପ୍ରମୁଖଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଦୁଇ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କମିଟି ପକ୍ଷରୁ ଆଶା ରଖାଯାଇଛି ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି