ଆଇନଜୀବୀ ଆସୋସିଏସନ୍ ର ୪୯ ତମ ବାର୍ଷିକ ସମ୍ମିଳନୀ
ଜଟଣୀ :ନିଖିଳ ଓଡିଶା ଆଇନଜୀବୀ ଆସୋସିଏସନ୍ ର ୪୯ ତମ ବାର୍ଷିକ ସମ୍ମିଳନୀ ବୁଧବାର ସ୍ଥାନୀୟ ଟାଉନହଲ (ସ୍ରଷ୍ଠା) ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ ଅଧିବେଶନରେ ଆସୋସିଏସନ୍ ର ସଭାପତି ଜ୍ଞାନରଞ୍ଜନ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ଯ ପରିବହନ ବିଭାଗ ମାନନୀୟ ମନ୍ତ୍ରୀ ପଦ୍ମନାଭ ବେହେରା, ମୁଖ୍ଯବକ୍ତା ଭାବେ ମାନନୀୟ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ମାନନୀୟ ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ରାଜ୍ଯ ମାନବାଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ ବିଜୟ କୁମାର ପଟେଲ୍, ହାଇକୋର୍ଟ୍ ର ବରିଷ୍ଠ ଆଇନଜୀବୀ ଶୌର୍ୟ ସୁନ୍ଦର୍ ଦାସ୍ ପ୍ରମୂଖ ଯୋଗ ଦେଇଥିଲେ । ବରିଷ୍ଠ ଆଇନଜୀବୀ ସିତାଂଶୁ ମୋହନ୍ ଦ୍ଵିବେଦୀ ପ୍ରାରମ୍ଭିକ ସୂଚନା ଓ ମଞ୍ଚ ପରିଚାଳନା କରିଥିବା ବେଳେ ରିସେପ୍ ସନ୍ କମିଟି ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମହାମାରୀ କରୋନା ରେ ପ୍ରାଣତ୍ୟାଗ କରିଥିବା ଦିବଙ୍ଗତ ଆଇନଜୀବୀଙ୍କ ଉଦ୍ଧେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଭାରତବର୍ଷର ଅଖଣ୍ଡତା, ସାର୍ବଭୌମ୍ୟତା, ସାମ୍ୟବାଦ୍ ବଜାୟ ରଖିବାରେ ଆଇନଜୀବୀ ମାନଙ୍କର ଭୂମିକା ଅତୁଳନୀୟ ବୋଲି ଅତିଥିମାନେ ବକ୍ତବ୍ୟରେ କହିଥିଲେ । ସଂଘ ର ସମ୍ପାଦକ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଭୁବନେଶ୍ବର ବାର୍ ଆସୋସିଏସନ୍ ର ପୂର୍ବତନ ସମ୍ପାଦକ ତଥା ସଂଘ ର ସଂଯୋଜକ ବିରେନ୍ଦ୍ର କୁମାର ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଜଟଣୀ --ରଙ୍ଗନାଥ ବେହେରା, ୩୧/୧୨/୨୦୨୦----୬,୪୦