ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ
ଧରାକୋଟ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ରାୟଗଡ଼ା ଜିଲ୍ଲା ପୂର୍ତ୍ତ ବିଭାଗ ଅଧୀନ ଡିଭିଜନ୍-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ଘରେ ଭିଜିଲାନ୍ସ ରେଡ କରିଛି ।
ଭିଜିଲାନ୍ସର ପାଞ୍ଚଟି ଟିମ ବିଭିନ୍ନ ଜାଗାରେ ଚଢ଼ାଉ କରିଛିନ୍ତି । ଉଦ୍ଧବ ପାଢ଼ୀଙ୍କ ବ୍ରହ୍ମପୁର ବାସଭବନରେ ଚଢ଼ାଉ ଚାଲିଥିବା ବେଳେ ତାଙ୍କ ପୁଅ ନାମରେ ଥିବା ଧରାକୋଟ ମାଣିକପୁର କ୍ରସର ଫେକ୍ଟ୍ରି ଉପରେ ଚଢ଼ାଉ କରିଛି ଭିଜିଲାନ୍ସ । ଚଢ଼ାଉ ବେଳେ 2011 - 2012 ରୁ କ୍ରସର ଫେକ୍ଟ୍ରି ଚାଲିଥିବା ନେଇ ଭିଜିଲାନ୍ସ ସୂଚନା ଦେଇଛନ୍ତି । ଏ ପର୍ଯ୍ୟନ୍ତ ଉଦ୍ଧବ ପାଢ଼ୀ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁ ରେ 10 -12 ବ୍ୟାଙ୍କ ଆକାଉଣ୍ଟ ସହ ଅନେକ ସୁନା ଅଳଙ୍କାର ଥିବାର ଭିଜିଲାନ୍ସ ପକ୍ଷରୁ ସୂଚନା ମିଳୁଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି ।