Breaking News

ସାକ୍ଷୀଗୋପାଳ ସ୍ଥିତ ଆଚାର୍ଯ୍ୟ ହରିହର ଶିଶୁଭବନ ଅନ୍ତୋବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

 ସାକ୍ଷୀଗୋପାଳ---- ସାମ୍ପ୍ରତିକ କୋରୋନା ମହାମାରୀ ର ସ୍ଥିତିରେ ମଣିଷର ଦୈନନ୍ଦିନ ଜୀବନ ଦୁର୍ବିସହ ହୋଇପଡିଛି। ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇଛି ପୁରୀ ର ସମର୍ପଣ ଚାରିଟେବୁଲ ଟ୍ରଷ୍ଟ। ଟ୍ରଷ୍ଟ ର ସଦସ୍ୟମାନେ ପବିତ୍ର ବଡଦିନ ଓ ନବବର୍ଷ ଅବସରରେ ଅନେକ ଅସହାୟଙ୍କ ମୁହଁ ହସ ଫୁଟାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଟ୍ରଷ୍ଟ ତରଫରୁ ଆଜି ସାକ୍ଷୀଗୋପାଳ ସ୍ଥିତ ଆଚାର୍ଯ୍ୟ ହରିହର ଶିଶୁ ଭବନ ରେ ରହିଥିବା ଅନାଥ ଶିଶୁମାନଙ୍କୁ ସେମାନଙ୍କର ଆବଶ୍ୟକୀୟ ମୁତାବକ ଜୋତା ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଟ୍ରଷ୍ଟ ର ମୁଖ୍ୟ ବ୍ରଜକିଶୋର ସାହୁ, ସତ୍ୟନାରାୟଣ ସାହୁ, ସମାଜସେବୀ ଅଜୟ ପ୍ରଧାନ ଏବଂ ଶ୍ରୀମନ୍ଦିର ସେବାୟତ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ମହାପାତ୍ର ଏହି ସମସ୍ତ କାର୍ଯ୍ୟ କୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଶ୍ରମର ଗୃହ ମାତା ଶ୍ରୀମତୀ ଶାନ୍ତିଲତା ଚୋଧୁରୀ, ମେମ୍ବର ବାମନ ବରାଳ, କୃଷ୍ଣ ପଣ୍ଡା ଏବଂ ସ୍ୱର୍ଣାଲତା ନାୟକ ଉପସ୍ଥିତ ଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୨୬/୧୨/୨୦୨୦----୧୦,୦୦

Blog Archive

Popular Posts