କଲ୍ୟାଣପୁର ପଞ୍ଚାୟତ ପ୍ରିମିୟର ଲିଗ୍ ମ୍ୟାଚ-ସିଜିନ୍୬ ଉଦଘାଟିତ
ଡେଲାଙ୍ଗ ----ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ପଞ୍ଚାୟତ ହାଇସ୍କୁଲ ପଡିଆରେ ପଞ୍ଚାୟତ ପ୍ରିମିୟର କ୍ରିକେଟ ଲିଗ୍ ମ୍ୟାଚ ସିଜିନ୍ -୬ ଉଦଘାଟନ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ରିଜିଙ୍ଗ ଷ୍ଟାର ଓ ଫ୍ଲାଇଙ୍ଗ୍ ଡଲଫିନ୍ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ ଜିତି ରିଜିଙ୍ଗ ଷ୍ଟାର ପ୍ରଥମେ ବ୍ୟାଟିଂ କରି ୧୨ ଓଭରେ ୯ ଉଇକେଟ ହରାଇ ୭୪ ରନ ସଂଗ୍ରହ କରିଥିଲେ । ଜବାବରେ ଫ୍ଲାଇଙ୍ଗ ଡଲଫିନ ୧୦.୩ ବଲରେ ୫ ଉଇକେଟରେ ୭୫ ରନକରି ବିଜୟୀ ହୋଇଥିଲେ । ସୋମବାର ୨ୟଦିନର ପ୍ରଥମ ମ୍ୟାଚ କିଙ୍ଗ୍ କୋବ୍ରା ସହିତ ରୟାଲ ଟାଇଗର ଭିତରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।ଟସ୍ ଜିତି ପ୍ରଥମେ ବ୍ୟାଟି ନିଷ୍ପତି ନେଇ କିଙ୍ଗି କୋବ୍ରା ଦଳ ୧୨ ଓଭରରେ ୭ଉଇକେଟ ହରାଇ ୧୨୬ରନ ସଂଗ୍ରହ କରିଥିଲେ । ତାର ଜବାବରେ ରୟାଲ ଟାଇଗର ଦଳ ୧୨ ଓଭରରେ ୯ ଉଇକେଟ ହରାଇ ୧୦୬ ରନ ସଂଗ୍ରହ କରିଥଲା ।ଏହି ମ୍ୟାଚଟିକୁ କିଙ୍ଗି କୋବ୍ରା ୨୦ରନରେ ବିଜୟୀ ହୋଇଥିଲେ । ସେହିପରି ୨ୟ ମ୍ୟାଚଟି ଡବଲ୍ ଲାୟନ ସହିତ ବୁଲ ରାଇଡର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରଥମେ ଡବଲ ଲାୟନ ଦଳ ପ୍ରଥମେ ବ୍ୟାଟିଂ କରି୧୨ ଓଭରରେ ୪ ଉଇକେଟ ହରାଇ ୧୩୧ ରନ ସଂଗ୍ରହ କରିଥିଲ।। ତାର ଜବାରରେ ବୁଲ ରାଇଡର ଦଳ ୧୧.୩ ବଲରେ ୫ ଉଇକେଟ ହରାଇ ୧୩୨ ରନ କରି ମ୍ୟାଚ ବୀଜୟୀ ହୋଇଥିଲା । ଅମ୍ପାୟର ଭାବେ ଗଣେଷ ସ୍ୱାଇଁ ଓ ମଧୁ ସୁଦନ ମହାପାତ୍ର ମ୍ୟାଚ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୧୨/୨୦୨୦, ୬,୪୫