Breaking News

କଲ୍ୟାଣପୁର ପଞ୍ଚାୟତ ପ୍ରିମିୟର ଲିଗ୍ ମ୍ୟାଚ-ସିଜିନ୍‌୬ ଡବଲ ଲାୟନ୍ସ ଓ ରିଜିଙ୍ଗ ଷ୍ଟାର ବିଜୟୀ


 ଡେଲାଙ୍ଗ ------ ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ପଞ୍ଚାୟତ ହାଇସ୍କୁଲ ପଡିଆରେ ପଞ୍ଚାୟତ ପ୍ରିମିୟର କ୍ରିକେଟ ଲିଗ୍ ମ୍ୟାଚ ସିଜିନ୍ -୬  ଅନୁଷ୍ଠିତ ହୋଇଛି । ମଙ୍ଗଳବାର ୩ୟ ଦିନର  ପ୍ରଥମ ମ୍ୟାଚ ଡବଲ ଲାୟନସ ଓ ହ୍ୱାଇଟ ଇଗଲ ଦଳ ଭିତରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟି ନିଷ୍ପତି ନେଇ ଡବଲ ଲାୟନସ ଦଳ ୧୨ ଓଭରରେ ୩ ଉଇକେଟ ହରାଇ ୧୩୭ ରନ ସଂଗ୍ରହ କରିଥିଲେ । ତାର ଜବାବରେ ହ୍ୱାଇଟ ଇଗଲ ଦଳ  ୧୨ ଓଭରରେ ୯ ଉଇକେଟ ହରାଇ ୯୧ ରନ ସଂଗ୍ରହ କରିଥଲା ।ଏହି ମ୍ୟାଚଟିକୁ ୪୧ ରନରେ ଡବଲ ଲାୟନସ ଦଳ ବିଜୟୀ ହୋଇଛି ।  ମ୍ୟାନ ଅଫ ଦି ମ୍ୟାଚ ଭାବେ ଶିବ ପ୍ରସାଦ ରାଉତରାୟ ଓ ବେଷ୍ଟ କ୍ୟାଚ ଅଫ୍ ଦି ମ୍ୟାଚ କୁନାଲ ନାୟକଙ୍କ ନାମ ଘୋଷଣା କରାଯାଇଥିଲା ।  ସେହିପରି ୨ୟ ମ୍ୟାଚଟି ବୁଲ ରାଇଡର ସହିତ ରିଜିଙ୍ଗ ଷ୍ଟାର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରଥମେ ବୁଲ ରାଇଡର ଦଳ ପ୍ରଥମେ ବ୍ୟାଟିଂ କରି୧୨ ଓଭରରେ ୮ ଉଇକେଟ ହରାଇ ୧୩୬ ରନ ସଂଗ୍ରହ କରିଥିଲା । ତାର ଜବାରରେ ରିଜିଙ୍ଗ ଷ୍ଟାର ଦଳ ୧୧.୪ ବଲରେ ୫ ଉଇକେଟ ହରାଇ ୧୩୯ ରନ କରି ମ୍ୟାଚ ବିଜୟୀ ହୋଇଥିଲା । ମ୍ୟାନ ଅଫ ଦି ମ୍ୟାଚ ବାନାମ୍ବର ନାୟକ ବେଷ୍ଟ କ୍ୟାଚ ଅଫ ଦି ମ୍ୟାଚ ଭାବେ ସତ୍ୟ ନାରାୟଣ ପ୍ରଧାନ ମନୋନୀତ ହୋଇଛନ୍ତି ।  ଗଣେଶ ସ୍ୱାଇଁ ଓ ଅମର ପ୍ରଧାନ ,ଅମିୟ ନାୟକ ମ୍ୟାଚ ପରିଚାଳନା କରିଥିଲେ । 

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି,  ୨୨/୧୨/୨୦୨୦----୮, ୨୦

Blog Archive

Popular Posts