ଏମ ଏମ ସି ସି କୁ ହରାଇ ଏମ ବି ସି ସି ଚମ୍ପିୟାନ
ତିରିମଲ ମଙ୍ଗଳା କ୍ଲବ ଆନୁକୂଲ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜିର ଉଦଯାପନି ମ୍ୟାଚ ଆୟୋଜକ ମା'ମଙ୍ଗଳା କ୍ରିକେଟ କ୍ଲବ ତିରିମଲ ଓ ମା'ଭଗବତୀ କ୍ରିକେଟ କ୍ଲବ ଗୋଳବାଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମା'ମଙ୍ଗଳା ଟିମ ପ୍ରଥମେ ବ୍ୟାଟିଂ କରି ସମସ୍ତ ଉଇକେଟ ହରାଇ ୧୨୧ ରନ ସଂଗ୍ରହ କରିଥିଲା । ଜବାବରେ ମା'ଭଗବତୀ ଟିମ ଛଅ ଉଇକେଟରେ ୧୨୨ ରନ ସଂଗ୍ରହ କରି ଚମ୍ପିୟାନ ହୋଇଥିଲା ।
ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ଉସବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ , ସରପଞ୍ଚ ମମତା ବେହେରା , ପାୱାର ଗ୍ରୀଡ଼ ର ଯେନେରାଲ ମ୍ୟାନେଜର ଭୈରବ ଚନ୍ଦ୍ର ନାୟକ ,ସମାଜସେବୀ ବିଜୟ କୁମାର ଛୋଟରାୟ , ରାଧାସ୍ୟାମ ଜେନା ଓ ସ୍ମୃତି ରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ରନର୍ସଅପ ଟିମକୁ ଟ୍ରଫି ସହ ନଗଦ ଆଠ ହଜାର ଟଙ୍କା ଓ ଚମ୍ପିୟାନ ଟିମକୁ ଟ୍ରଫି ସହ ନଗଦ ତେର ହଜାର ଟଙ୍କା ପ୍ରଦାନ କରିଥିଲେ । ସେହିପରି ଗୋଳବାଇ ଟିମର ସନ୍ତିଆ ଙ୍କୁ ମ୍ୟାନଅଫ ଦି ମ୍ୟାଚର ଟ୍ରଫି ସହ ନଗଦ ପାଞ୍ଚଶହ ଟଙ୍କା ଓ ତିରିମଲ ଟିମର ମଣ୍ଟୁ ଙ୍କୁ ମ୍ୟାନ ଅଫ ଦି ସିରିଜର ଟ୍ରଫି ସହ ନଗଦ ଏକ ହଜାର ଟଙ୍କା ପ୍ରଦାନ କରିଥିଲେ ।ଏହି ଟୁର୍ଣ୍ଣାମେଣ୍ଟକୁ ପ୍ରଶାନ୍ତ ବଳିଆରସିଂ , ପ୍ରସନ୍ନ ଜେନା, ପ୍ରହଲ୍ଲାଦ ସାହୁ ଓ ପାପୁନୀ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ
ଜଟଣୀ --ରଙ୍ଗନାଥ ବେହେରା ୩୧/୧୨/୨୦୨୦----୧୦,୨୦