Breaking News

କଲ୍ୟାଣପୁର ପଞ୍ଚାୟତ ପ୍ରିମିୟର ଲିଗ୍ ମ୍ୟାଚ-ସିଜିନ୍‌୬ ଅନୁଷ୍ଠିତ ରୟାଲ ଟାଇଗର ଓ ରିଜିଙ୍ଗ ଷ୍ଟାର ଦଳ ବିଜୟୀ




 ଡେଲାଙ୍ଗ-----ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ପଞ୍ଚାୟତ ହାଇସ୍କୁଲ ପଡିଆରେ ପଞ୍ଚାୟତ ପ୍ରିମିୟର କ୍ରିକେଟ ଲିଗ୍ ମ୍ୟାଚ ସିଜିନ୍ -୬ ଶୁକ୍ରବାର ଷଷ୍ଠ ଦିନର  ପ୍ରଥମ ମ୍ୟାଚ ଡବଲ ଲାୟନ୍ସ ଓ ରୟାଲ ଟାଇଗର କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରଥମେ ଫିଲ୍ଡଙ୍ଗ ନିଷ୍ପତି ନେଇଥିଲା ରୟାଲ ଟାଇଗର ଦଳ । ଡବଲ ଲାୟନ୍ସ  ଦଳ ୧୨ ଓଭରରେ ୮ ଉଇକେଟ ହରାଇ ୧୧୧ ରନ ସଂଗ୍ରହ କରିଥିଲା ।  ଜବାବରେ ରୟାଲ ଟାଇଗର ଦଳ  ୧୦.୨ ଓଭରରେ ୨ ଉଇକେଟ ହରାଇ ୧୧୨ ରନ ସଂଗ୍ରହ କରିଥଲା । ୮ ଉଇକେଟରେ ରୟାଲ ଟାଇଗର ଦଳ ବିଜୟୀ ହୋଇଥିବା ସହ ମ୍ୟାନ ଅଫ ଦି ମ୍ୟାଚ ଭାବେ ଶରତ କୁମାର ସ୍ୱାଇଁ ଓ ବେଷ୍ଟ କ୍ୟାଚ ଅଫ୍ ଦି ମ୍ୟାଚ ବ୍ରହ୍ମା ମହାପାତ୍ର ମନୋନୀତ ହୋଇଥିଲେ ।  ଗଣେଷ ସ୍ୱାଇଁ ଓ ଅମିୟ ନାୟକ ମ୍ୟାଚ ପରିଚାଳନା କରିଥିଲେ । ସେହିପରି ୨ୟ ମ୍ୟାଚଟି କିଙ୍ଗ୍ କୋବ୍ରା ଦଳ ସହିତ ରିଜିଙ୍ଗ ଷ୍ଟାର ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ରିଜିଙ୍ଗ ଷ୍ଟାର ଦଳ ବୋଲିଂ ନିଷ୍ପତି ନେଇଥିଲେ । କିଙ୍ଗ କୋବ୍ରା ଦଳ ପ୍ରଥମେ ବ୍ୟାଟିଂକରି ୧୨ ଓଭରରେ ୬ ଉଇକେଟ ହରାଇ ୧୩୬  ରନ ସଂଗ୍ରହ କରିଥିଲା । ଜବାବରେ ରିଜିଙ୍ଗ ଷ୍ଟାର ଦଳ ୯.୩ ଓଭରରେ ୨ ଉଇକେଟ ହରାଇ ୧୩୭ ରନ କରି କରିଥିଲେ । ଏହି ମ୍ୟାଚକୁ ରିଜିଙ୍ଗ ଷ୍ଟାର ଦଳ ୮ ଉଇକେଟରେ  ବିଜୟି ହୋଇଛନ୍ତି । ମ୍ୟାନ ଅଫ ଦି ମ୍ୟାଚ ଜିତେନ୍ଦ୍ର ଚୈାଧୁରୀ ଓ ବେଷ୍ଟ କ୍ୟାଚ ଅଫ ଦି ମ୍ୟାଚ ଭାବେ ଶ୍ରୀକାନ୍ତ ପ୍ରଧାନ ମନୋନୀତ ହୋଇଛନ୍ତି । ଶରତ ପ୍ରଧାନ ଓ ବାପୁନୁ ପାହାଡାସିଂହ ମ୍ୟାଚ ପରିଚାଳନା କରିଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୨୫/୧୨/୨୦୨୦---୯,୨୦

Blog Archive

Popular Posts