
ଯାଜପୁର-----ମୁଖ୍ୟମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାର ସଫଳ ରୂପାୟନ,ଭ୍ରଷ୍ଟାଚାର ବିରୋଧର ସଙ୍ଗ୍ରାମ ପାଇଁ ବି ଜେ ଡି ନେତା ସତୀଶ ବିଶ୍ବାଳଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲାର ଧର୍ମଶାଳାରେ ଚାଲିଥିବା ଅଭିଯାନର ସଫଳ ରୂପାୟନ ପାଇଁ ସୋମବାର ରେଖିଦେଇପୁର ସଚେତନ ସଙ୍ଗ୍ରାମ ମଂଚ ଗଢା ହୋଇଛି।ଏଠାରେ ବିଛାଖଣ୍ଡୀ ପାହାଡରେ ମାଫିଆରାଜ ଏବଂ ବେଆଇନ ବ୍ଲାଷ୍ଟିଂକୁ ନେଇ ଚାଷୀ ମାନେ ଘୋର ବିରୋଧ କରାଯିବା ପାଇଁ ଧର୍ମଶାଳାର ପାହାଡ ପର୍ବତ ସୁରକ୍ଷା ମଚଂର ସଭାପତି ସତୀଶ ବିଶ୍ବାଳ ସ୍ବର ଉଠାଇବା ପରେ ସ୍ଥାନିୟ ଅଞ୍ଚଳରେ ଆଲୋଚ୍ୟ ବିସୟ ହୋଇଛି।ରେଖିଦେଇପୁର ଠାରେ ଅନୁଷ୍ଠିତ ବୈଠକରେ ବହୁ ଚାଷୀ ଏକାଠି ହୋଇ ପାହାଡ ଖାଦାନରେ ରହୁଥିବା ପାଣିକୁ ଖାଦାନକୁ ନିଷ୍କାସନ କରାଯାଇ ଚାଷ ବିଲକୁ ଛାଡି ଦିଆଯିବା ନେଇ ଚାଷୀମାନେ ଘୋର ଉଦବେଗ ପ୍ରକାଶ କରିଥିଲେ ଏଥିରେ ଚାଷୀମାନେ ଅଭିଯୋଗ କରିଥିଲେ । ସ୍ତାନିୟ ବିଛାଖଣ୍ଡି ପାହାଡରେ ବେଆଇନ ଭାବେ ଦୀର୍ଘ ୨୦ବର୍ଷ ହେବ ଅତି ବିପଦଜନକ ୱାଗନ ବ୍ଲାଷ୍ଟିଂ କରାଯାଉଛି। ଜାହା ଫଳରେ ପାହାଡରେ ବଡ ବଡ ପୋଖରୀ ଏବଂ ନଦୀ ପରି ଗାଡ ହେଉଛି।ଗାଡରେ ଜମିରହୁଥିବା ବିଷାକ୍ତ ପାଣିକୁ ବଡ ବଡ ହେବି ୱେ ମଟର ଲଗାଇ ପାଣିକୁ ଚାଷ ଜମିକୁ ଛାଡି ଦିଆଯାଉଛି । ପାହାଡ ଫଟାରେ ବ୍ୟବହୃତ ହେଉଥିବା ବିଷାକ୍ତ ସାମଗ୍ରୀ ଏହି ପାଣିରେ ମିଶିକି ରହୁଥିବା ବେଳେ ଚାଷଜମିକୁ ଛାଡିଦିଆଜାଉଛି ଜାହାକି ଚାଷୀମାନଙ୍କ ଫସଲ ନଷ୍ଟ ହେବାସହିତ ଭୂତଳ ଜଳ ପ୍ରଦୂଷିତ ହେଉଛି । ଅନେକ ଲୋକ ଯକ୍ଷ୍ମା, କିଡନୀ ଓ କ୍ଯାନ୍ସର ଭଳି ରୋଗରେ ପୀଡିତ ହୋଇ ପ୍ରାଣ ହରାଉଛନ୍ତି । ଗାଁରେ ରହୁଥିବା ଗରିବ ଲୋକମାନଙ୍କ ଘର ଦ୍ବାର କାନ୍ଥ ଫିଟିଯାଉଛି ।ଯାହା ଫଳରେ ଏ ଅଞ୍ଚଳକୁ ବାହାର ଲୋକେ ଆସି ବଡ ବଡ ମେସିନ ଲଗାଇ ଲୁଟିଚାଲୁଛନ୍ତି ।ଯାହାଫଳରେ ଏ ଅଞ୍ଚଳର ନିଯୁକ୍ତି ଦିନକୁ ଦିନ ହ୍ରାସ ପାଉଛି କିନ୍ତୁ ସତିଶ ବିଶ୍ବାଳଙ୍କ ନେତୃତ୍ବ ପରେ ଏହି ଅଞ୍ଚଳବାସୀଙ୍କ ମନରେ ଅନେକ ଆସା ଭରଷା ବଢି ଯାଇଛି । ସତିଶ ଚାଷିମାନଙ୍କ ସହିତ ଚାଷ ଜମିକୁ ପରିଦର୍ଶନ କରି କହିଛନ୍ତି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନବିନ ପଟ୍ଟନାୟକ ସଦା ସର୍ବଦା ଗରିବ ଅବହେଳିତ ଓ ଚାଷି ମାନଙ୍କୁ ଗୁରୁତ୍ବ ଦେଇ ଆସୁଛନ୍ତି ।ଆପଣଙ୍କ ମାନଙ୍କ ହକ ଓ ଲଢେଇ ପାଇଁ ମୁଁ ମୋ ନିଜକୁ ସମର୍ପଣ କରିଦେବି । ଏହା ପରେ ଚାଷୀମାନେ ମଧ୍ଯ ଆନ୍ଦୋଳନ ପାଇଁ ନିଜକୁ ବଳିଦାନ ଦେବା ପାଇଁ ସତିଶ ବିଶ୍ବାଳଙ୍କୁ ପ୍ରତିଶୃତି ଦେଇ ଛନ୍ତି ।
ଯାଜପୁରରୁ କାର୍ତ୍ତିକ ସ୍ବାଇଁଙ୍କ ରିପୋର୍ଟ ,୩୦/୧୨/୨୦୨୦----,୬,୪୦