Breaking News

ଭୟାବହ ଅଗ୍ନିକାଣ୍ଡ,ତିନୋଟି ପରିବାରର ୭ ବଖରା ଘର ଜଳିପୋଡି ପାଉଁଶ


ଯାଜପୁର ---ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରେ ଆକସ୍ମିକ ଅଗ୍ନୀକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ଭସ୍ମିଭୂତ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି । ଏହି ଅଗ୍ନୀକାଣ୍ଡରେ ଚନ୍ଦ୍ରମଣି ଜତି, କୃପାସିନ୍ଧୁ କପି ଓ ବ୍ରଜମୋହନ ଜତିଙ୍କର  7ବଖରା ଘର ଜଳିଯାଇଥିବା ଜଣାପଡିଛି । ଗ୍ରାମବାସୀଙ୍କ ସହଯୋଗରେ ଦମକଳ ବାହିନୀର କର୍ମଚାରୀ ମାନେ ଦୀର୍ଘ ସମୟ ଧରି ନିଆଁଲିଭା କାର୍ଯ୍ୟ ଜାରି ରଖିଥିଲେ । ତେବେ ଅଗ୍ନୀକାଣ୍ଡ ଫଳରେ ଘରେ ଥିବା ସମସ୍ତ ଜିନିଷପତ୍ର ପୋଡି ଛାରଖାର ହୋଇଯାଇଛି । 
ଯାଜପୁର ରୁ ସତ୍ୟରଞ୍ଜନ ପାଢ଼ୀ
୨୫/୧୨/୨୦୨୦,୬,୧୫

Blog Archive

Popular Posts