ବଡ଼ଦିନ ଉପଲକ୍ଷ ପୁରାତନ ଛାତ୍ର ଓ ଛାତ୍ରୀ ଙ୍କ ବନ୍ଧୁ ମିଳନ
ଜଗତସିଂହପୁର------ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧିନ କାଳିଆପାଟ ପ୍ରାଥମିକ ବିଦ୍ୟାଳୟରେ ବଡ଼ଦିନ ଉପଲକ୍ଷ ୧୯ତମ ବନ୍ଧୁ ମିଳନ ଉତ୍ସଵ ପାଳିତ ହୋଇଯାଇଛି । ଏହି ବନ୍ଧୁ ମିଳନ ଦୀର୍ଘ ୧୯ବର୍ଷ ହେବ ପାଳନ କରାଯାଉଛି । ଏଥିରେ ପୁରାତନ ଛାତ୍ର ଛାତ୍ରୀ ମାନେ ସାମିଲ ହୋଇ ପରସ୍ପର ମଧ୍ୟରେ ସ୍କୁଲ ସମୟର ଅଭୁଲା ସ୍ମୃତିକୁ ରୋମନ୍ଥନ କରିଥିଲେ । ଅନେକ ଦିନ ପରେ ସାଙ୍ଗ ସାଥି ମନେ ପରସ୍ପରଙ୍କୁ ଭେଟି ଅତ୍ୟନ୍ତ ଭାବବିହ୍ଵଳ ହୋଇପଡିଥିଲେ । ଏଥିରେ ଛୋଟ ସଭା ର ଆୟୋଜନ କରାଯାଇଥିଲା । ସଭାରେ ସ୍ୱର୍ଗତ ୪ସାଙ୍ଗ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତ ସାଙ୍ଗ ମନେ ୨ମିନିଟ ନିରବ ପ୍ରାଥନା କରିଥିଲେ। ପରେ ସାଙ୍ଗମନେ ପ୍ରତି ବର୍ଷ ବଡ଼ଦିନ ରେ ଏକାଠି ହେବା ସହ ସାଙ୍ଗ ମାନଙ୍କର ଦୁଃଖ ଓ ସୁଖ ରେ ସାମିଲ ହେବା ପାଇଁ ପ୍ରତିଜ୍ଞା କରିଥିଲେ। ସାଙ୍ଗ ମାନଙ୍କ ଭିତରୁ କିଏ ସାମ୍ବାଦିକ, ଡକ୍ଟର, ଶିକ୍ଷକ, କଣ୍ଟ୍ରାକ୍ଟର,ଓ କୁଳପତି ଭାବେ କାମ କରୁଛନ୍ତି । ଏମାନେ ସମାଜର ସେବା କରୁଛନ୍ତି ଓ ଆଗାମୀ ଦିନରେ ସେବା ଜାରି ରଖିବା ପାଇଁ ସଭାରେ ସଂକଳ୍ପ ନେଇଥିଲେ । ଶେଷରେ ଡକ୍ଟର ପ୍ରସନ୍ନ ସମାଲ ସାଙ୍ଗ ସାଥୀମାନଙ୍କୁ ନୂତନ ବର୍ଷ ପାଇଁ ଅଭିନନ୍ଦନ ଜଣାଇଥିଲେ।
ଜଗତସିଂହପୁର ରୁ ପ୍ରଳୟ ମହାପାତ୍ର ,୨୬/୧୨/୨୦୨୦----୬,୩୦