Breaking News

କୃଷକ ସଚେତନତା ଓ ବିହନ ଉପଚାର ତାଲିମ ଶିବିର


 ସାକ୍ଷୀଗୋପାଳ -----ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାଦର ତାଲିମ ସଭାଗୃହ ପରିସରରେ ଏକ କୃଷକ ସଚେତନତା ଓ ବିହନ ଉପଚାର ସମ୍ପର୍କରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ, ଡେଲାଙ୍ଗ, ପିପିଲି, ନିମାପଡା ବ୍ଳକର ପ୍ରାୟ୬୦ ଜଣ ଆଗଧାଡିର ଚାଷୀ ଯୋଗ ଦେଇଥିଲେ । ସେମାନଙ୍କୁ ସଚେତନତା କରାଯିବାସହ ବିହନ ଉପଚାର ବା ସଂରକ୍ଷଣ ସମ୍ପର୍କରେ ଆଲେଚନା କରାଯିବାସହ ଏକ ପ୍ରଦର୍ଶନୀ କରାଯାଇଥିଲା ।  ଏହି ସଚେତନତା କାର୍ଯ୍ୟକ୍ରମରେ ସତ୍ୟବାଦୀ ଜିଲ୍ଲା କୃଷି ଅଧିକାରୀ ଅଜୟ କୁମାର ବେହେରା, ବି, ଟି, ଏମ ସୋଲେଶ କୁମାର ଦାଶ, ରୋଜାଲିନ ଖୁଣ୍ଟିଆ, ନିବେଦିତା ଦ୍ୱିବେଦୀ ଓ ଆଇ, ଆର ଆର, ଆଇ ତରଫରୁ ରତିକାନ୍ତ ଯୋଗ ଦେଇ ବିରି, ମୁଗ ଚାଷର ଉପକାରିତା ଓ ବିହନ ଉପଚାର ସମ୍ପର୍କରେ ମତାମତ ରଖିଥଲେ । ସ୍ୱାଦ ଓ ଆଇ, ଆର, ଆର, ଆଇର ମିଳିତ ସହଯୋଗରେ ସତ୍ୟବାଦୀ, ପିପିଲି, ଡେଲାଙ୍ଗ ଓ ନିମାପଡା ବ୍ଳକରେ ୧୫୦ ହେକ୍ଟର ଚାଷ ଜମିରେ ବିରି, ମୁଗ ଚାଷର ପ୍ରଦର୍ଶନ କ୍ଷେତ୍ର କରାଯିବ ବୋଲି ସ୍ୱାଦର ପ୍ରକଳ୍ପ ସଂଯୋଜକଶିଶିର କୁମାର ମିଶ୍ରଙ୍କ ଠାରୁ ସୁଚନା ମିଳିଛି । ସ୍ୱାଦର ପ୍ରଭାତି ମିଶ୍ର ଧନ୍ୟବାଦ ଦେଇଥିଲେ ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୧୨/୨୦୨୦----୬,୧୫

Blog Archive

Popular Posts